ଚାକିରୀରୁ ସ୍ୱେଚ୍ଛାକୃତଭାବେ ଅବସର ନେଇଥିବା ଆଇଏଏସ ଅଫିସର ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଶେଷରେ ବିଜେପିର ମଙ୍ଗ ଧରିବେ ବୋଲି ସ୍ପଷ୍ଟ ହୋଇଛି. ନଭେମ୍ବର 27 ତାରିଖରେ ସେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ. ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଉପସ୍ଥିତିରେ ଅପରାଜିତା ବିଜେପିରେ ସାମିଲ ହେବା ସହ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି. ଏହାଛଡା 2019 ନିର୍ବାଚନରେ ଅପରାଜିତା ଲୋକସଭା ଆସନରୁ ଲଢିବେ ବୋଲି ଚର୍ଚ୍ଚା ହେଉଛି. ଭୁବନେଶ୍ୱର ବିଏମସି କମିଶନର ଥିବା ସମୟରେ ଅପରାଜିତା ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ. ବର୍ତ୍ତମାନ ଏହାକୁ ଅସ୍ତ୍ର କରି ଦଳ ତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଛି. ନିର୍ବାଚନକୁ ଆଉ ଅଳ୍ପଦିନ ଥିବା ବେଳେ ଅପରାଜିତାଙ୍କ ରାଜନୀତିରେ ଯୋଗଦାନ ଉପରେ ସମସ୍ତଙ୍କ ନଜର ରହିଛି.

LEAVE A REPLY

Please enter your comment!
Please enter your name here