ଡିସେମ୍ବର 6 ତାରିଖରୁ ଆଡଲେଡ୍ ରେ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍. ଗୋଟିଏପଟେ କେ.ଏଲ୍ ରାହୁଲଙ୍କ ଖରାପ ପ୍ରଦର୍ଶନକୁ ନେଇ ଭାରତୀୟ ଟିମ୍  ଚିନ୍ତାରେ ଥିବାବେଳେ ଅନ୍ୟପଟେ ଟେଷ୍ଟ ମ୍ୟାଚ୍ ପାଇଁ ଅଭ୍ୟାସ କରୁଥିବା ବେଳେ 19 ବର୍ଷର ପୃଥ୍ୱୀ ଶ ଙ୍କ ଗୋଡରେ ଲାଗିଛି ଆଘାତ. ଯେଉଁଥିପାଇଁ ତାଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚ୍ ରୁ ବାଦ୍ ଦିଆଯାଇଛି. ଅଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ସ୍କାନ ପରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା କହିଛନ୍ତି ଡାକ୍ତର. ଏଭଳି ପରିସ୍ଥିତିରେ ଭାରତୀୟ ଟିମ୍ କିଭଳି ଅଷ୍ଟ୍ରେଲିଆକୁ ସାମ୍ନା କରିବା ତାହା ଦେଖିବାକୁ ବାକି ରହିଲା. ତେବେ ଟେଷ୍ଟ ମ୍ୟାଚର ଓପନିଂ ମୂରଲୀ ବିଜୟ ଓ କେ.ଏଲ ରାହୁଲ କରିବୋ ବୋଲି ସୂଚନା ମିଳିଛି. ବର୍ତ୍ତମାନସୁଦ୍ଧା ବିସିସିଆଇ ପୃଥ୍ୱୀଙ୍କ ଜାଗାରେ କିଏ ସ୍ଥାନ ପାଇବ ତାର ଘୋଷଣା କରିନାହାନ୍ତି. ଟିମ୍ ଇଣ୍ଡିଆର ନୂଆ ଷ୍ଚାର କୁହାଯାଉଥିବା ପୃଥ୍ୱୀ ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ. ତେବେ 14-18 ଡିସେମ୍ବରରେ ପର୍ଥରେ ଖେଳାଯିବାକୁ ଥିବା ମ୍ୟାଚରେ ପୃଥ୍ୱୀ ଖେଳିପାରନ୍ତି ବୋଲି ଆଶା କରାଯାଉଛି. ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ 237 ରନ୍ କରି ବିଶ୍ୱ କ୍ରିକେଟରେ ନିଡ ଛାପ ଛାଡିଥିବା ପୃଥ୍ୱୀ କଙ୍ଗାରୁଙ୍କ ପାଇଁ ଭାରି ପଡିବେ ବୋଲି କୁହାଯାଉଛି.

LEAVE A REPLY

Please enter your comment!
Please enter your name here