ବିଜୟ ମହାପାତ୍ର ଯେଉଁ ଦଳକୁ ଯାଆନ୍ତି ସେ ଦଳରେ ଗୋଷ୍ଠୀ କରନ୍ତି । ଦଳ ଭିତରେ ବିଭ୍ରାଟ ସୃଷ୍ଟି କରନ୍ତି । ଏହା ତାଙ୍କ ଡିଏନଏରେ ରହିଛି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏହା କହିଛି । ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ କାରଣରୁ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି । ରାଉରକେଲାବାସୀଙ୍କ ସ୍ୱାର୍ଥ , ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ପ୍ରସଙ୍ଗ କେବଳ ଲୋକ ଦେଖାଣିଆ । ଦିଲ୍ଲୀପ ରାୟ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତିରେ ସାମିଲ ଥିବାରୁ ୟୁପିଏ ସରକାର ସିବିଆଇ ତଦନ୍ତ ଆଦେଶ ଦେଇଥିଲେ । ସେହି ମାମଲାରୁ ଖସିବା ପାଇଁ ଦିଲ୍ଲୀପ ଚାହୁଁଥିଲେ । ଦୁର୍ନୀତି ପ୍ରସଙ୍ଗରେ ଦଳ ତାଙ୍କୁ କୌଣସି ସହାୟତା କରିବ ନାହିଁ ବୋଲି ସେ ଜାଣିସାରିଥିଲେ । ତେଣୁ ସେ ଇସ୍ତଫା ଦେଲେ ବୋଲି ବିଜେପି କହିଛି । ଦୀର୍ଘଦିନରୁ ଏମାନେ ଦଳ ଛାଡିବା ପାଇଁ ପ୍ରସ୍ତୁତି ଚଳାଇଥିଲେ । ୩ଟି କାର୍ଯ୍ୟକାରିଣୀ ଯୋଗନଦେଲେ କାର୍ଯ୍ୟକାରିଣୀ ସଦସ୍ୟ ପଦ ରଦ୍ଦ ହେବା ନିୟମ ରହିଥିଲେ ମଧ୍ୟ ବିଜୟଙ୍କ କ୍ଷେତ୍ରରେ ତାହା କରାଯାଇନଥିଲା ।

LEAVE A REPLY

Please enter your comment!
Please enter your name here