ସାରା ଦେଶରେ ପାଳିତ ହେଉଛି ବିଶ୍ୱ ଏଡସ୍ ଦିବସ. 1988 ମସିହାରୁ ପ୍ରତିବର୍ଷ ଡିସେମ୍ବର 1 ତାରିଖକୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଉଛି. ଲୋକଙ୍କୁ ଏ ବିଷୟରେ ଅବଗତ କରାଇବା ଓ ସଚେତନ କରାଇବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଏବଂ ପ୍ରତିବର୍ଷ ଏହାର ଥିମ୍ ରଖାଯାଉଛି. ତେବେ ଭାରତରେ ସମୁଦାୟ 1 ଲକ୍ଷ 20 ହଜାର ବ୍ୟକ୍ତି ଏଚଆଇଭିରେ ଆକ୍ରାନ୍ତ ବୋଲି ଏକ ରିପୋର୍ଟରୁ ଜଣାପଡିଛି. ତେବେ ଏଚଆଇଭି ଆକ୍ରାନ୍ତରେ ଭାରତ ସବୁଠୁ ପ୍ରଥମ ସ୍ଥାନରେ ରହିଛି. ଯାହା ସମସ୍ତଙ୍କ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି. ଆଉ ଏବେଠାରୁ ଯଦି ଏହାର ଉଚିତ୍ ପଦକ୍ଷେପ ନିଆ ନ ଯାଏ ତାହାଲେ 2030 ସୁଦ୍ଧା ଏହା ଭୟଙ୍କର ରୂପ ନେବ ବୋଲି ୟୁନିସେଫ୍ ଚେତାବନୀ ଦେଇଛି.













