ରଣଜୀରେ ଓଡିଶାର ଦମଦାର ବିଜୟ । କଟକ ଡ୍ରିମ୍‌ସ ଗ୍ରାଉଣ୍ଡରେ ତ୍ରିପୁରାକୁ ୫ ୱିକେଟରେ ହରାଇଛି ଓଡ଼ିଶା । ଘରୋଇ ମାଟିରେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ଲଢ଼ୁଆ ବ୍ୟାଟିଂ ଦଳକୁ ବିଜୟ ଦେଇଛି । ୬ ପଏଣ୍ଟ ହାସଲ କରି ଓଡ଼ିଶା ୧୩ ପଏଂଟ ସହିତ ଟେବ୍‌ଲର ଚତୁର୍ଥ ସ୍ଥାନରେ ରହିଛି । ଚତୁର୍ଥ ଦିନ ୧୦୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଶୁଭ୍ରାଂଶୁ ଓ ଅଭିଷେକ ବ୍ୟାଟିଂ ଆରମ୍ଭ କରିଥିଲେ । ଶେଷ ଦିନରେ ଓଡ଼ିଶା କୌଣସି ୱିକେଟ୍‌ ନ ହରାଇ ବିଜୟ ହାସଲ କରିଛି । ଗ୍ରୁପ୍‌ ସି’ରେ ଥିବା ଓଡ଼ିଶା ପୂର୍ବରୁ ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଥିବାବେଳେ ଆସାମ୍‌କୁ ୯ ୱିକେଟ୍‌ରେ ହରାଇ ବିଜୟୀ ହୋଇଥିଲା । ଗୋଟିଏ ମ୍ୟାଚ୍‌ ଡ୍ର ରହିଥିଲା । ଏବେ ଓଡ଼ିଶାର ପଏଣ୍ଟ ସଂଖ୍ୟା ୧୩ରେ ପହଞ୍ଚିଛି । ରଣଜୀ ଟ୍ରଫିରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here