ରାଜଧାନୀ ରାସ୍ତା ପାଲଟିଛି ଚେସ୍ ବୋର୍ଡ. ପଡିଆରୁ ଭାସିଆସୁଛି ଦେଶୀବିଦେଶୀ ଖାଦ୍ୟର ମହକ. ଆଉ ତା ସାଙ୍ଗକୁ ନାଚ ଗୀତର ଆସର. ସଞ୍ଜ ନଇଁଲେ ପ୍ରଦର୍ଶନୀ ପଡିଆ ପାଲଟୁଛି ପୂରା ବଲିଉଡ୍. ଏପରି ଲାଗୁଛି ସତେ ଯେମିତି ରାଜଧାନୀ ଦେହରେ ଲାଗିଛି ଅଦିନିଆ ରଙ୍ଗ. ଆଉ ସେଇ ରଙ୍ଗରେ ରଙ୍ଗେଇ ହେଉଛନ୍ତି ସାରା ରାଜଧାନୀବାସୀ. ହକି ବିଶ୍ୱକପ୍ ସାଙ୍ଗକୁ ମନୋରଞ୍ଜନର ଗନ୍ତାଘର ପାଲଟିଛି ରାଜଧାନୀ. ଏହି ଅବସର ଆଣିଦେଇଛି ବିଡିଏ ପକ୍ଷରୁ ପ୍ରଦର୍ଶନୀ ପଡିଆରେ  ଆୟୋଜିତ ହୋଇଥିବା ଡଟ୍ ଫେଷ୍ଟ ଏବଂ ଫୁଡ୍ ଫେଷ୍ଟିଭାଲ୍. ପୂରା ରାଜଧାନୀକୁ ଏପରି ଆଲୁଅରେ ସଜ୍ଜା ଯାଇଛି ଯେ , ପାଦ ଦେବାକ୍ଷଣି ଅନ୍ୟଏକ ଦୁନିଆରେ ପଶିଯିବା ପରି ହୃଦବୋଧ ହେଉଛି. ଶନିବାର ଶୀତୁଆ ସନ୍ଧ୍ୟାଟି ଦର୍ଶକଙ୍କ ପାଇଁ ମନୋରଞ୍ଜନର ଖୋରାକି ଯୋଗାଇଥିଲା ଆଉ ବଲିଉଡ୍ କଣ୍ଠଶିଳ୍ପୀ ବିଶାଲ-ଶେଖର ଦର୍ଶକଙ୍କୁ ବେଶ୍ ଏଣ୍ଟରଟେନ୍ କରିଥିଲେ. ବିଶାଲ ଓମ୍ ଶାନ୍ତି ଓମ୍ ଗୀତ ଆରମ୍ଭ କରିବାକ୍ଷଣି ଶୀତୁଆ ସଞ୍ଜରେ ଯେପରି ହଠାତ୍ ନିଆଁ ଲାଗିଯାଇଥିଲା ଆଉ ଦର୍ଶକଙ୍କ ପାଦ ଗୋଟିଏ ଜାଗାରେ ରହିନଥିଲା. ପରେ ଆଜା ଆଜା ଦିଲ୍ ନିଚୋଡ, ଓ ହମସଫର୍ ଓ ହାମ୍ ନବାବ୍, ତୁନେ ମାରି ଏଣ୍ଟ୍ରି, ବେଟା ସେଲଫି ଲେ ଲେ, ବଚନା ଏ ହସିନୋ ଭଳି ଲୋକପ୍ରିୟ ଗୀତ ପ୍ରଦର୍ଶନୀ ପଡିଆକୁ ଦୁଲୁକାଇଥିଲା. ତେବେ ରବିବାର ଦିନ ରାଜଧାନୀ ପଡିଆରେ ଇଂଲିସ୍ ଟ୍ୟାଲେଣ୍ଟ ସୋ’ ‘ସୋ- ଦି- ଷ୍ଟେଜ୍’ 3 ର ବିଜେତା ସିଦ୍ଧାନ୍ତ ଶର୍ମାଙ୍କ ସମେତ ରକ୍ ବ୍ୟାଣ୍ଡ୍ ଦେଖିବାକୁ ମିଳିବ. ତେବେ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ବଲିଉଡ୍ ର ବହୁ ନାମୀଦାମୀ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି.

LEAVE A REPLY

Please enter your comment!
Please enter your name here