ରବିବାରଠାରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଏକ ସପ୍ତାହ ଧରି ପାଳନ ହେଉଥିବା ଏହିପିଏଲଜିଏ ସପ୍ତାହରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ମାଓବାଦୀମାନେ ଓଡିଶା ସୀମାର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ଏଥିପାଇଁ ମାଓପ୍ରବଣ ଅଂଚଳଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା  ଗ୍ରହଣ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡିଶା ସୀମାରେ ହାଇ ଆଲର୍ଟ ଜାରି ହେବା ସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ସୀମାକୁ ସିଲ କରାଯାଇଛି । ମାଲକାନଗିରି ସୀମାନ୍ତ ଅଂଚଳରେ ସରକାରୀ ବସ ଚଳାଚଳ ବନ୍ଦ ରଖାଯାଇଛି । ପ୍ରାୟ ୧୯ଟି ରୁଟରେ ସରକାରୀ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ତେବେ ଘରୋଇ ବସ ଚଳାଚଳ କରୁଛି ।

LEAVE A REPLY

Please enter your comment!
Please enter your name here