ଶୀତ ଋତୁ ଏକ ଏଭଳି ଋତୁ ଯାହା ସାଙ୍ଗରେ ବିଭିନ୍ନ ପ୍ରକାର ରୋଗକୁ ନେଇ ଆସିଥାଏ. ଆଉ ବିଶେଷକରି ଏହି ଋତୁରେ ଆମକୁ ଶରୀରର ଯତ୍ନ ନେବା ମଧ୍ୟ ଆବଶ୍ୟକ ହୋଇଥାଏ. ସାଧାରଣତଃ ଶୀତ ଦିନେ ରକ୍ତ ଚାପ ସହ ହୃଦୟ ସହ ଜଡିତ ଥିବା ରୋଗ ଲୋକଙ୍କ ଠାରେ ବେଶି ପରିଲକ୍ଷିତ ହୋଇଥାଏ. ତେବେ ଏହି ସବୁ ରୋଗରୁ ଶରୀରକୁ ରକ୍ଷା କରିବା ପାଇଁ ଖାଦ୍ୟରେ ବିଭିନ୍ନ ପ୍ରକାର ଶସ୍ୟଜାତୀୟ ବୀଜକୁ ସାମିଲ କରିବା ଉଚିତ୍. ଖାଦ୍ୟରେ ଏହାକୁ ସାମିଲ କରିବା ଦ୍ୱାରା ନା କେବଳ ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରେ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ସହ ବିଭିନ୍ନ ପ୍ରକାର ରୋଗରୁ ଶରୀରକୁ ରକ୍ଷା କରିବାରେ ସାହାଯ୍ୟ କରେ.

ସୋୟାବିନ୍- ଶୀତ ଋତୁରେ ସୋୟାବିନ୍ ଖାଇବା ଶରୀର ପାଇଁ ଅତି ଦରକାରୀ ହୋଇଥାଏ. କାରଣ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ସ ଶରୀରକୁ ରୋଗଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ. ସୋୟାବିନ୍ ଖାଇଲେ ଏହା ଆମ ଶରୀରର ମାଂସପେଶୀ ଓ ହାଡକୁ ମଜବୁତ୍ କରି ରଖିଥାଏ.

ବାଜରା- ସାଧାରଣତଃ ଶୀତଦିନେ ସମସ୍ତେ ବାଜରା ଖାଇଥାନ୍ତି. ଆଉ ବାଜରା ଖାଇବା ଆମ ହାର୍ଟ ପାଇଁ ଅତି ଉପକାରୀ ସାବ୍ୟସ୍ତ ହୋଇଥାଏ. ଏଥିରେ ମ୍ୟାଗ୍ନେସିୟମ ଓ ପୋଟାସିୟମ୍ ପ୍ରଚୁର ମାତ୍ରାରେ ଭରି ରହିଥାଏ ଯାହା ହାର୍ଟଆଟାକ୍ ଓ ବ୍ରେନ୍ ଷ୍ଟ୍ରୋକ୍ ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ. ଏହାଛଡା ଏହା ଟାଇପ୍-2 ଡାଇବେଟିସ୍ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ.

ଖସା- ଏଥିରେ ଓମେଗା-3 ଫ୍ୟାଟି ଏସିଡ୍, ପ୍ରୋଟିନ୍, ମ୍ୟାଗ୍ନେସିୟମ, ଆଇରନ୍, କ୍ୟାଲସିୟମ୍, ଫସଫରସ୍ ଭଳି ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ଥାଏ. ମାତ୍ର ଏକ ଚାମଚ ଖସା ଖାଇଲେ ଦିନକର ପ୍ରୋଟିନ ଏଥିରୁ ଆମକୁ ମିଳିଥାଏ. ଏହା ରକ୍ତ ଚାପ ନିୟନ୍ତ୍ରଣ କରିବା ସହ ହୃଦରୋଗକୁ ଦୂର କରିବାରେ ସହାୟକ ହୋଇଥାଏ.

LEAVE A REPLY

Please enter your comment!
Please enter your name here