ଦୁଇ ଦୁଇ ଥର ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏଥର ଓଡିଶାରେ ନିର୍ବାଚନ ଲଢିବେ । ଆସନ୍ତା ସାଧାରଣ ନିର୍ବାଚନରେ ସେ ରାଜ୍ୟର ଯେକୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି । ତେବେ କେଉଁ ଆସନରୁ ସେ ନିର୍ବାଚନ ଲଢିବେ, ତାହା ସ୍ପଷ୍ଟ କରିନାହାନ୍ତି । ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କରିବେ ନାଁ ବିଧାନସଭା ଆସନରୁ ଲଢ଼ିବେ ତାହା ମଧ୍ୟ ସ୍ପଷ୍ଟ ନୁହେଁ । ତେବେ ଧର୍ମେନ୍ଦ୍ରଙ୍କୁ ବିଜେପିର ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରଚାର କରୁଥିବାରୁ ସେ ବିଧାନସଭା ଆସନରୁ ଲଢିବା ନିଶ୍ଚିତ । ଧର୍ମେନ୍ଦ୍ର କହିଛନ୍ତି, ସେ ନିର୍ବାଚନ ଲଢିବାକୁ ଆଗ୍ରହୀ । ଓଡିଶା ବିଜେପି ଫୋକସରେ ରହିଛି । ତେଣୁ ସେ ରାଜ୍ୟର ଯେକୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି ।
ପାଲଲହଡା ଆସନରୁ ସେ ପୂର୍ବରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ନିର୍ବାଚନମଣ୍ଡଳୀ ସଂପର୍କରେ ସ୍ପଷ୍ଟ କରିନାହାନ୍ତି । ସେ କହିଛନ୍ତି, ୨୧ଟି ଲୋକସଭା ଆସନରେ ଦଳ କିଭଳି ଭାବରେ ଜିତିବ, ଏଥିପାଇଁ ପୁରା ତାକତ ଲଗାଇବାକୁ ପଡିବ । ମୁଁ ଗୁଣ୍ଡୁଚି ମୂଷା । ପୁରା ଓଡିଶା ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ଫୋକସରେ ଅଛି । ବିଜେପି ନିର୍ବାଚନରେ ସବୁଠାରୁ ବଡ ଦଳ ହେବ । ସେଥିରେ ଆମେ ଲାଗିଛୁ । ତେବେ ଧର୍ମେନ୍ଦ୍ରଙ୍କ ଏଭଳି ବକ୍ତବ୍ୟରୁ ସଙ୍କେତ ମିଳୁଛି, ସୁରକ୍ଷିତ ଆସନ ସନ୍ଧାନରେ ଅଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖି କହିଛନ୍ତି, ଓଡ଼ିଶାରେ ସାମୁହିକ ନେତୃତ୍ୱରେ ନିର୍ବାଚନ ଲଢ଼ିବ ବିଜେପି । କେହି ଘୋଷିତ ପ୍ରାର୍ଥୀ ନାହାନ୍ତି । ଜୁଏଲ ମୋ ଠାରୁ ରାଜନୀତିରେ ଅଭିଜ୍ଞ ଓ ଅନୁଭବି ନେତା ବୋଲି ସେ କହିଛନ୍ତି । ସୁଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଜୁଏଲ କହିଥିଲେ ଯେ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ।
ଅନ୍ୟପକ୍ଷରେ ଦିଲୀପ ରାୟ ଓ ବିଜୟ ମହାପାତ୍ର ବିଜେପି ଛାଡ଼ିବା ଦଳ ଉପରେ କୌଣସି ପକାଇବ ନାହିଁ । ରାଜନୀତିରେ କିଏ କେତେବେଳେ କେଉଁଠିକି ଯିବ ଏହା ବ୍ୟକ୍ତିଗତ ନିଷ୍ପତି । ମୋଦିଙ୍କ ବିଶ୍ୱସନୀତା ଓଡ଼ିଶାରେ ବହୁତ ଅଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here