ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଯାଜପୁର ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ କାର୍ଯ୍ୟାଳୟରେ କିରାଣୀ ଥିବା ଚିନ୍ମୟ ବେହୁରାଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୫ଟି ଟିମ୍‌ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି । ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କାଳିଆପାଣି ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କିରାଣୀ ଥିବା ଚିନ୍ମୟ ବେହୁରାଙ୍କ ନାମରେ ପୂର୍ବରୁ ବହୁ ଦୁର୍ନୀତି ଅଭିଯୋଗ ଥିଲା । ଏପରିକି ଅସତ ଉପାୟ ଅବଲମ୍ବନ କରି ଶ୍ରୀ ବେହୁରା ନିଜ ଆୟ ଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ମଙ୍ଗଳବାର ସକାଳୁ ଭିଜିଲାନ୍ସର ୫ଟି ଟିମ୍‌ ଶ୍ରୀ ବେହରାଙ୍କ କାଳିଆପାଣିସ୍ଥିତ ଅଫିସ, ସୁକିନ୍ଦାସ୍ଥିତ ଘର, ଶ୍ୱଶୁର ଘର, ପୈତୃକ ଘର ସହିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଛି।

LEAVE A REPLY

Please enter your comment!
Please enter your name here