ସାରା ଦେଶରେ ପିଆଜ ଯେତିକି ପରିମାଣର ଅମଳ ହୋଇଥାଏ, ମହାରାଷ୍ଟ୍ର ନାଶିକ୍ ରେ କେବଳ ସେତିକି ପିଆଜର ଅଧା ଅମଳ ହୋଇଥାଏ. ସୂଚନା ମୁତାବକ, ଚଳିତ ବର୍ଷ ନାଶିକ୍ ରେ ପିଆଜ ଚାଷୀ ଭଲ ପିଆଜ ଅମଳ କରିଥିଲେ. ଆଉ ଏହି ଅମଳକୁ ଲକ୍ଷ୍ୟ କରି ଚାଷୀ ଭଲ ଦି ପଇସା ପାଇବେ ବୋଲି ଆଶା ମଧ୍ୟ ରଖିଥିଲେ. ମାତ୍ର ବର୍ତ୍ତମାନ ପିଆଜର ଅଭାବ ବିକ୍ରି ପିଆଜ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି. ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ପିଆଜ ଚାଷୀ. ଋଣ କରି ପିଆଜ ଚାଷ କରିଥିବା ଚାଷୀ ଏବେ କେମିତି ଋଣ ସୁଝିବେ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି. ଅଭାବ ବିକ୍ରି ପାଇଁ ହୋଲସେଲ ବଜାରରେ ପିଆଜ କିଲୋ ପିଛା ଦର ମାତ୍ର 1 ଟଙ୍କାରେ ବିକ୍ରି କରାଯାଉଛି. ତେବେ ଏହାକୁ ନେଇ ପିଆଜ ଚାଷୀ ରାସ୍ତାରେ ପିଆଜ ଫୋପାଡିବା ସହ ଧାରଣାରେ ବସିଛନ୍ତି.

LEAVE A REPLY

Please enter your comment!
Please enter your name here