କର୍ଣ୍ଣାଟକରେ ରାଜନୈତିକ ସଂକଟ ବଢିବାରେ ଲାଗିଛି । କଂଗ୍ରେସ -ଜେଡିଏସ ମେଣ୍ଟ ପ୍ରତି ଘୋର ବିପଦ ଦେଖା ଦେଇଛି । କଂଗ୍ରେସର ସମସ୍ତ ମନ୍ତ୍ରୀ କୁମାରସ୍ୱାମୀଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏଥି ସହିତ କୁମାରସ୍ୱାମୀଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ଥିବା ସ୍ୱାଧୀନ ବିଧାୟକ ଏଚ.ନାଗେଶ ମଧ୍ୟ ଇସ୍ତଫା ଦେଇଛନ୍ତି । ନାଗେଶ ତାଙ୍କର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି ଏବଂ ଏକ ଚିଠିରେ ସେ ରାଜ୍ୟପାଳଙ୍କୁ ଲେଖିଛନ୍ତିଯେ ସେ କୁମାରସ୍ୱାମୀ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରୁଛି । ଯଦି ଭବିଷ୍ୟତରେ ରାଜ୍ୟପାଳ ବିଜେପିକ ସରକାର ଗଠନ ପାଇଁ ଆମନ୍ତ୍ରଣ କରନ୍ତି ତେବେ ସେ ବିଜେପିକୁ ସମର୍ଥନ କରିବେ ବୋଲି ଚିଠିରେ ଦର୍ଶାଇଛନ୍ତି । ଅନ୍ୟପଟେ ବିଧାୟକ ମାନଙ୍କୁ ମନାଇବା ପାଇଁ ମନ୍ତ୍ରୀ ପଦ ସହିତ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ତା କରାଯିବାକୁ ମଧ୍ୟ କୁହାଯାଇଛି । କିନ୍ତୁ କଂଗ୍ରେସର ୧୦ ଏବଂ ଜେଡିଏସ ର ୩ ଜଣ ବିଧାୟକ ଏସବୁ ପ୍ରତ୍ୟାଖାନ କରି ଇସ୍ତଫା ଦେଇଛନ୍ତି । ୧୩ ମାସର କଂଗ୍ରେସ -ଜେଡିଏସ ମହାମେଣ୍ଟକୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଥିବା କୁମାରସ୍ୱାମୀଙ୍କୁ ଜବରଦସ୍ତ ଝଟକା ଲାଗିଛି । କର୍ଣ୍ଣାଟକ ରାଜନୈତିକ ସଂଙ୍କଟ ପାଇଁ ଜେଡିଏସ ଏବଂ କଂଗ୍ରେସ ସିଧାସଳଖ ବିଜେପିକୁ ଦାୟୀ କରିଛନ୍ତି । ବିଜେପି ହିଁ ଏସବୁ ସରକାର ଗଠନ କରିବାକୁ କରୁଛି କିନ୍ତୁ ବିଜେପି ଏଥିରେ ସଫଳ ହେବ ନାହିଁ ଏବଂ ଯଥା ଶିଘ୍ର ସବୁ ସମସ୍ୟାର ସମାଧାନ ହେବ ବୋଲି କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ କେ.ସି ବେଣୁଗୋପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here