ପୁଣି ଥରେ ଚର୍ଚ୍ଚାରେ ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ. ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସେ ପୁଣିଥରେ ଚର୍ଚ୍ଚାଘେରକୁ ଆସିଛନ୍ତି. ତେବେ ସେ ଖୋଲାଖୋଲି ଓଡିଆଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି, ଆଉ କହିଛନ୍ତି, ଯଦି ସାହସ ଅଛି ତାହାଲେ ମୋତେ ଗିରଫ କରି ଦେଖାଅ. ସେ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ମୁଁ ମଧ୍ୟ ଓଡିଆଙ୍କୁ ନେଇ ଥଟ୍ଟା ଆଉ ପରିହାସ କରିଛି ଯାହା ମୋ ପୂର୍ବ ଫେସବୁକ୍ ପୋଷ୍ଟରେ ଅଛି. ତାହାଲେ ମୋତେ କେବେ ଗିରଫ କରିବ ଆଉ ଜେଲରେ ଭର୍ତ୍ତି କରିବ. ମୋତେ ବି ଜେଲରେ ଭର୍ତ୍ତି କର ଆଉ 43 ଦିନ ଜେଲରେ ରଖି ଦେଖାଅ. ମୁଁ ବି ଅଭିଜିତଙ୍କ ପରି କ୍ଷମା ମାଗିବି ବୋଲି କଟାକ୍ଷ କରିଛନ୍ତି. ତେବେ 2016 ମସିହାରେ ମଧ୍ୟ କାଟଜୁ ଓଡିଆଙ୍କ ବିଷୟର ଅଶାଳୀନ ମନ୍ତବ୍ୟ ଦେଇ ଚର୍ଚ୍ଚା ଘେରକୁ ଆସିଥିଲେ. 2016 ମସିହା ଅକ୍ଟୋବର 10 ତାରିଖରେ ସେ ନିଜ ଫେସ୍ ବୁକ୍ ପେଜରେ ଲେଖିଥିଲେ, ‘ମୋତେ ଓଡିଆଙ୍କ ବିଷୟରେ ଲେଖିବାକୁ କୁହାଗଲା. ଏମିତିରେ ଗରିବ ଓଡିଆଙ୍କ ବିଷୟରେ ମୁଁ ଆଉ କଣ ଲେଖିଥାନ୍ତି. ଓଡିଆମାନେ ଜଗନ୍ନାଥଙ୍କୁ ପୂଜା କରନ୍ତି କେବଳ ବିହାରୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ. ଓଡିଆ ଲୋକେ, ଥଟ୍ଟାରେ କହିଲି, ଦୟାକରି ମାମଲା ରୁଜୁ କରିବେନି’.ଏହିଭଳି କିଛି ଅରୁଚିକର ମନ୍ତବ୍ୟ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ. ଆଉ ଏବେ ପୁଣି ଥରେ ଓଡିଆଙ୍କୁ ଉପହାସ କରିଛନ୍ତି ଏହି ବିଚାରପତି ଜଣଙ୍କ. ଯାହା ଓଡିଆଙ୍କ ଭାବନାକୁ କେଉଁଠି ନା କେଉଁଠି ଆଘାତ ପହଞ୍ଚାଉଛି.

LEAVE A REPLY

Please enter your comment!
Please enter your name here