୨୦୧୯ ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର । ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ହିତାଧିକାରୀ । ଆସନ୍ତା ୧୫ ତାରିଖରୁ ଏହି ନୂଆ ହିତାଧିକାରୀମାନେ ଉପକୃତ ହେବେ ।

ସଚିବାଳୟରେ ପିଠା ଯୋଜନାର ସମୀକ୍ଷା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନସିଂ ଯୋଗେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାନେ ମାସିକ ୩ ଶହ ଟଙ୍କା ଏବଂ ୫ ଶହ ଟଙ୍କା ଲେଖାଏଁ ପାଇବେ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରଜ୍ୟ ସରକାର ବୟସ୍କ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ଘୋଷଣା କରିଥିବା ବିରୋଧି ଅଭିଯୋଗ କରିଛନ୍ତି।
ଅନ୍ୟପଟେ କଳାକାର ସହାୟତା ଯୋଜନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନୂଆ ନିୟମ । ଏହି ଯୋଜନାରେ ୪୦ ହଜାର କଳାକାରଙ୍କୁ ଡିସେମ୍ବର ୧୫ ତାରିଖରୁ ମାସିକ ୧୨୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଉଭୟ ମଧୁବାବୁ ପେନସନ୍ ଯୋଜନା ଓ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ପ୍ରତି ମାସ ୧୫ ତାରିଖରରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ଭତ୍ତା ପ୍ରଦାନ କରାଯିବ । ସେନେଇ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here