କଲେଗାଁ ନିକଟରେ ଆମ୍ବଲାନ୍ସ ଦୁର୍ଘଟଣାଗ୍ରସ୍ତ . ଫଳରେ ଆମ୍ବଲାନ୍ସ ଭିତରେ ଥିବା ଜଣେ ଗର୍ଭବତୀ ମହିଳାଙ୍କ ସମେତ  ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି. ସୂଚନା ଅନୁସାରେ, ଶନିବାର ରାତିପ୍ରାୟ 2ଟା ସମୟରେ ଝରିଗାଁ ବ୍ଲକ ଟେମରା ପଞ୍ଚାୟତ ମୁଣ୍ଡାଗୁଡା ଗାଁରୁ ପ୍ରସୂତି ମହିଳା ଲକ୍ଷ୍ମୀ ଜାନିଙ୍କୁ 108 ଆମ୍ବଲାନ୍ସ ଦ୍ୱାରା ନିକଟସ୍ଥ ହସ୍ପିଟାଲକୁ ନେବା ବାଟରେ ଗୌଡଗୁଡା ନିକଟରେ ଥିବା ଏକ କଲଭର୍ଟ ଉପରକୁ ଆମ୍ବଲାନ୍ସଟି ଚଢିଯାଇଥିଲା. ଫଳରେ ଗର୍ଭବତୀ ମହିଳା ଜଣଙ୍କ ଆହତ ହେବା ସହ ଗାଡି ଚାଳକ ଓ ଆଶା କର୍ମୀଙ୍କୁ ମଧ୍ୟ ଗଭୀର ଆଘାତ ଲାଗିଥିଲା. ପରେ ତିନିଜଣଙ୍କୁ ନିକଟସ୍ଥ ଝରିଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ପରେ ଡାକ୍ତର ସେମାନଙ୍କୁ କୋରାପୁଟ ମେଡିକାଲ କଲେଜକୁ ପଠାଇ ଦେଇଥିଲେ.

LEAVE A REPLY

Please enter your comment!
Please enter your name here