ଡିସେମ୍ବର ୧୧ରୁ ଆରମ୍ଭ ହେବ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ । ଏନେଇ ରବିବାର ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡି ସଂସଦୀୟ ଦଳ ବୈଠକ । କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିଜେଡି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ବିଜେଡି କେଉଁ ପ୍ରସଙ୍ଗ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପନକରିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ନିକଟରେ ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ନବୀନ ଯେଉଁ ସଙ୍କଳ୍ପ ଆଣିଥିଲେ । ତାହାକୁ ଫୋକସ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡ଼ି ସାଂସଦ । ଏନେଇ ପୂର୍ବରୁ ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ନବୀନ । ଏହି ଦାବିକୁ ସଂସଦରେ ମୁଦ୍ଦା କରିବ ବୋଲି ବୈଠକରେ ନିଷ୍ପତି ହୋଇଛି । ସେହିଭଳି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଭଳି ଦୀର୍ଘ ଦିନର ଦାବିକୁ ନେଇ ସଂସଦରେ ଉପସ୍ଥାପନ କରିବ ବିଜେଡ଼ି ।
ରାଜ୍ୟରେ ଚାଷୀ ସମସ୍ୟା, ପୋଲାଭରମ, ମହାନଦୀ, ଏବଂ ଏସସିଏସଟି ଛାତ୍ରଛାତ୍ରୀଙ୍କ ଭତ୍ତା ଅନୁଦାନ ହ୍ରାସ ପ୍ରସଙ୍ଗ ନେଇ ସଂସଦରେ ଦାବି କରିବେ ବିଜେଡ଼ି । ଏହାସହ ତିତଲୀ ବିପର୍ୟ୍ୟୟରେ କେନ୍ଦ୍ରୀୟ ସହାୟତା ନମିଳିବା ପ୍ରଅସଙ୍ଗ ମଧ୍ୟ ଉପସ୍ଥାପିତ କରାଯିବ ବୋଲି ସାଂସଦ ପ୍ରତାପ ଦେବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here