ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ଦାବିରେ ରବିବାର ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ବାଲେଶ୍ୱରରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବାଲେଶ୍ୱରର ଆଇଟିଆଇ ପଡିଆରେ ଏହାର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ହଜାର ହଜାର ସଂଖ୍ୟାରେ ରାମ ମନ୍ଦିର ସମର୍ଥକ ।
ସୁଚନାନୁସାରେ, ସମ୍ମିଳନୀ ପୂର୍ବରୁ ବାଲେଶ୍ୱରରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା । ଲୋକମାନଙ୍କୁ ରାମ ମନ୍ଦିର ମାମଲାରେ ଜାଗୃତ କରାଇବା ଉଦେ୍ଦଶ୍ୟରେ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା ।
ଦୀର୍ଘଦିନ ଧରି ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିଳମ୍ବ ହେବା ହେତୁ ସେମାନେ ଏନେଇ ଅଧ୍ୟାଦେଶ ଦାବି କରି ଆନେ୍ଦାଳନ କରିଛନ୍ତି । ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାନଗଲେ ଆଗକୁ ଦେଶବ୍ୟାପୀ ଆନେ୍ଦାଳନ ତ୍ରୀବ ହେବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଦୃଢ ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here