ଟ୍ରେନରୁ ଖସି ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ପରଲୋକ ଘଟିଛି । ତାଙ୍କ ମୃତଦେହ କଇଁଫୁଲିଆ ରେଳଲାଇନ କଡରୁ ଉଦ୍ଧାର କରାଯାଇଛି । ସେ ବଇଣ୍ଡା ଯିବେ ବୋଲି ଘରେ କହିଯାଇଥିଲେ । ତେବେ ଟ୍ରେନରୁ ଖସି ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ହୋଇଥିଲା ।  ୧୯୭୧ ମସିହାରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ ବିଜୟୀ ବିଧାୟକ ହୋଇଥିଲେ ରାଜକିଶୋର ।

LEAVE A REPLY

Please enter your comment!
Please enter your name here