ଭୁବନଶ୍ୱେର ଇଏସଆଇ ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତଦେହକୁ ରାସ୍ତା ଉପରେ ରଖି ମେ ଫେୟାର ହେଟେଲରୁ ଜୟଦେବ ବିହାର ଛକ ରାସ୍ତା ଅବରୋଧ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ସୁଚନାଅନୁସାରେ, ମୃତକ ମହିଳା ହେଉଛନ୍ତି ସାଲିଆ ସାହିର ଅହଲ୍ୟା ଭଞ୍ଜ । ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲ ଇଏସଆଇ ରେ ଭର୍ତ୍ତି ହୋଇଥିଲେ ଅହଲ୍ୟା । ପ୍ରଥମେ ଜଣେ ଡାକ୍ତର ତାଙ୍କୁ ଦୁଇଟି ଇଞ୍ଜେକସନ୍‌ ଦେବାକୁ କହିଥିଲେ । ଏହା ପରେ କୌଣସି ଡାକ୍ତରଙ୍କ ଦର୍ଶନ ମିଳି ନଥିଲା । ଏହା ପରେ ଡାକ୍ତରଙ୍କୁ ଡାକିବାରୁ କେବଳ ନର୍ସକୁ ପଠାଇ ଦେଉଥିଲେ । ଡାକ୍ତର ଆସିବାରେ ବିଳମ୍ବ କରିବାରୁ ଅହଲ୍ୟାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ତେବେ ତୁରନ୍ତ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କ୍ଷତିପୂରଣ ଦାବି କରି ସମ୍ପର୍କିୟ ରାସ୍ତା ଅବରୋଧ କରିଛନ୍ତି । ଘଟଣ ସ୍ଥଳରେ ପୋଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here