ତିନି ରାଜ୍ୟରେ ନିର୍ବାଚନ ଜିତିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ ଆରମ୍ଭ ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଏକାଧିକ ଆଶାୟୀ ଥିବାରୁ ଦଳ ପାଇଁ ଚିନ୍ତା ବଢିଛି । ଆଜି ରାଜସ୍ଥାନ ଓ ଛତିଶଗଡରେ ବିଧାୟକ ଦଳ ବୈଠକ ବସିଥିଲେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ଦଳ ସଭାପତି ରାହୁଲଙ୍କ ଉପରେ ଛାଡିଦିଆଯାଇଛି । ମାତ୍ର ନିଜ ନିଜ ସମର୍ଥକଙ୍କୁ ଧରି ମୁଖ୍ୟମନ୍ତ୍ରୀ ଆଶାୟୀ ନେତାମାନେ ଲବି କରିବା ଆରମ୍ଭ କରିଛନ୍ତି । ରାଜସ୍ଥାନରେ ଅଶୋକ ଗେହଲଟ୍‌ ଓ ସଚିନ ପାଇଲଟ୍‌ ନିଜ ସମର୍ଥକଙ୍କୁ ନେଇ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରୁଥିବାବେଳେ ମଧ୍ୟପ୍ରଦେଶରେ କମଳନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମର୍ଥକଙ୍କୁ ଜୁଟାଇବା ଉଦ୍ୟମ ଜାରି ରଖିଛନ୍ତି। ଛତିଶଗଡ଼ରେ ଭୁପେଶ ବାଘେଲା, ତାମ୍ରଧ୍ୱଜ ସାହୁ ଏବଂ ଟି.ଏସ୍‌. ସିଂ ଦେଓ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି। ଏବେ ତିନି ରାଜ୍ୟରେ ବିଧାୟକ ଦଳ ନେତା ନିର୍ବାଚନ କରିବା ରାହୁଲଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

LEAVE A REPLY

Please enter your comment!
Please enter your name here