ଆଜ୍ଞା ହଁ, ଆପଣ ଠିକ୍ ପଢିଲେ. ଏଣିକି ସମସ୍ତ ବାହାଘର ଉପରେ ନଜର ରଖିବେ ସରକାର. ଯେଉଁମାନେ ବାହାଘରରେ ମନ ଇଚ୍ଛା ଟଙ୍କା ଖର୍ଚ୍ଚ କରୁଛନ୍ତି,ଏବେ ସେହି ସବୁ ବଦ୍ ଖର୍ଚ୍ଚ ଉପରେ ସରକାରଙ୍କ ନଜର ରହିବ. ଏନେଇ ଦିଲ୍ଲୀ ସରକାର ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବୁଝାମଣା ହୋଇଛି. ତେବେ ଏଭଳି ନିଷ୍ପତି ନେବାର କାରଣ ବିବାହରେ ହେଉଥିବା ଖାଦ୍ୟ ଓ ପାଣିର ନଷ୍ଟ. ଦିଲ୍ଲୀ ସରକାର କହିଛନ୍ତି ଯେ, ବାହାଘରରେ ଆସୁଥିବା ଅତିଥିଙ୍କ ସଂଖ୍ୟାରେ ମଧ୍ୟ କମ୍ କରିହେବ. ଏହାଛଡା ରନ୍ଧା ହେଉଥିବା ଖାଦ୍ୟ ବଳିଗଲେ, ତାକୁ ନଷ୍ଟ ନ କରି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ ଅନୁସାରେ, ଖାଦ୍ୟକୁ ବେସାହାରା ଓ ଗରିବ ପିଲାଙ୍କ ପାଖକୁ ମଧ୍ୟ ପଠାଯାଇପାରିବ. ଏଥିପାଇଁ ଏଜେନ୍ସିଙ୍କ ସହ କଥାବାର୍ତ୍ତା କରି ଖାଦ୍ୟକୁ ସେମାନଙ୍କ ପାଖକୁ ପଠାଯିବ. ଏହାଛଡା କୋର୍ଟ ଖାଦ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ କରିଛନ୍ତି ଏବଂ ଏ ସଂକ୍ରାନ୍ତରେ ଏକ ପଲିସି ପ୍ରସ୍ତୁତ କରିବା ପାଇଁ କୋର୍ଟ ଦିଲ୍ଲୀ ସରକାରଙ୍କ ସଚିବ ଅଜୟ କୁମାର ଦେବଙ୍କୁ 6 ସପ୍ତାହ ସମୟ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here