ହଁ,ଚକଲେଟ୍ ରାସ୍ତା. ଆପଣଙ୍କୁ ଏହାଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ଯେ, ରାସ୍ତା କେମିତି ଚକଲେଟ୍ ଭଳି ହୋଇଥିବ. ଏହା ଭିତରେ ନିହାତି କିଛି ଥିବ. ଆଜ୍ଞା ହଁ, ଜର୍ମାନୀର ବେଷ୍ଟନେନ୍ ସହରରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ରାସ୍ତା ଉପରେ ଚକଲେଟ୍ ଆସ୍ତରଣ ଦେଖିବାକୁ ମିଳିଛି. ସୂଚନା ଅନୁସାରେ, ଏହି ଘଟଣାଟି ହେଉଛି ଜର୍ମାନୀ ବେଷ୍ଟନେନ୍ ସହରର. ସେଠାରେ ଥିବା ଏକ ଚକଲେଟ ଫ୍ୟାକ୍ଟ୍ରି ରୁ ଚକଲେଟ ଭରା ଏକ ଟ୍ୟାଙ୍କର ଯାଉଥିଲା. ମାତ୍ର ଲିକେଜ କାରଣରୁ ରାସ୍ତାରେ ଗଲାବେଳେ ଚକଲେଟ ସବୁ ରାସ୍ତାରେ ବୋହିଯାଇଥିଲା. ଫଳରେ ରାସ୍ତାରେ ଏକ ଚାଦରର ଆସ୍ତରଣ ଦେଖିବାକୁ ମିଳିଥିଲା. ଅତ୍ୟଧିକ ଥଣ୍ଡା ଥିବାରୁ ତାହା ରାସ୍ତାରେ ଜମା ହୋଇ ରହିଯାଇଥିଲା. ଯେଉଁଥିପାଇଁ ରାସ୍ତା ବନ୍ଦ କରିବାକୁ ପଡିଲା. ପରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା. ପରେ ସେମାନେ ସେଠାରେ ପହଞ୍ଚିବା ପରେ ସେହି ଚକଲେଟ ଉପରେ ଗରମ ପାଣି ପକାଇ ରାସ୍ତାରୁ ସେସବୁ ସଫା କରାଯାଇଥିଲା. ତେବେ ଏହି ରାସ୍ତା ସଫା କାମରେ ଚକଲେଟ ଫ୍ୟାକ୍ଟ୍ରିର କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ.