ଆଜ୍ଞା ହଁ, ଏଣିକି ଷ୍ଟୁଣ୍ଡେଣ୍ଟ ଟ୍ରାଫିକ୍ ଭଲ୍ୟୁଣ୍ଟିୟର୍ସଙ୍କୁ ମିଳିବ ବୀମା ସୁବିଧା. ବର୍ତ୍ତମାନ ସରକାର ଏମାନଙ୍କୁ ‘ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା’ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି. ଯାହାମାଧ୍ୟମରେ ସେମାନେ ଏହି ବୀମା ସୁବିଧା ପାଇପାରିବେ ଏବଂ ଏହି ଯୋଜନାରେ ସେମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ମିଳିପାରିବ. ନିର୍ଦ୍ଦିଷ୍ଟ ରଙ୍ଗର ୟୁନିଫର୍ମ ମଧ୍ୟ ସେମାନଙ୍କୁ ପ୍ରଦାନ କରାଯିବ. ଏହାଛଡା ଡ୍ୟୁଟି ସମୟରେ ଯଦି କୌଣସି ଅଘଟଣ ଘଟେ ତାହେଲେ ସେମାନଙ୍କ ସମସ୍ତ ଖର୍ଚ୍ଚ ଏହି ଯୋଜନା ମାଧ୍ୟମରେ ହିଁ ଭରଣା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି. ତେବେ ସରକାରଙ୍କ ଦ୍ୱାରା ଏହି ସେବା 2017 ମସିହାରେ କଟକ ଓ ଭୁବନେଶ୍ୱର ଭଳି ସହରରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିଲା. ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ସମ୍ବଲପୁର, ବାଲେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟକାରୀ କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ଆଉ 6ଟି ଜିଲ୍ଲାରେ ଆରମ୍ଭ କରିବା ପାଇଁ ସରକାର ଯୋଜନା କରିଛନ୍ତି. ବର୍ତ୍ତମାନ, ଢେଙ୍କାନାଳ, ଅନୁଗୁଳ, କୋରାପୁଟ, କେନ୍ଦୁଝର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here