ଓଡିଶାର ଜନଜାତି ବର୍ଗର ହକି ଖେଳାଳୀଙ୍କ ଉପରେ ଆଧାରିତ ପୁସ୍ତକ ‘ହକି ହୈ ଜିନ୍ଦଗୀ’ ଉନ୍ମୋଚିତ ହୋଇଛି । ଭୁବନେଶ୍ୱରର ହୋଟେଲ କ୍ରାଉନ ପରିସରରେ ଆୟୋଜିତ ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ । ସତ୍ୟେନ୍ଦ୍ର ପାଲ ସିଂହଙ୍କ ଦ୍ୱାରା ରଚିତ ଏହି ପୁସ୍ତକରେ ଓଡିଶାର ଆଦିବାସୀ ଅଧୁ୍ୟଷିତ ଅଞ୍ଚଳରେ ପିଲାମାନେ କିପରି ହକି ପ୍ରତି ଆକୃଷ୍ଟ ହେଉଛନ୍ତି ଏବଂ ପ୍ରତିକୁଳ ପରିସ୍ଥିତି ଭିତରେ ହକି ଖେଳ ପାଇଁ ତାଲିମ ନେଉଛନ୍ତି, ସେ ସମ୍ପର୍କରେ ପୁସ୍ତକରେ ଉଲ୍ଲେଖ ରହିଛି । ନ୍ୟାସନାଲ ଯୁବା କୋଅପରେଟିଭ ସୋସାଇଟି ଲିମିଟେଡ ପକ୍ଷରୁ ଏହି ପୁସ୍ତକ ପ୍ରକାଶ କରାଯାଇଛି । ପୁସ୍ତକ ଉନ୍ମୋଚନ ଉସôବ ଅବସରରେ ହକି ଇଣ୍ଡିଆ କ୍ୟାପଟେନ ମନପ୍ରିତ ସିଂ ଓ ଅନ୍ୟ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here