ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ ପାଇଁ ସମର୍ଥନ ଯୋଗାଡ କରିବାରେ ଲାଗିଛି ବିଜେଡି । ଏହି ପରିପ୍ରେକ୍ଷିରେ ବିଜେଡିର ଏକ ପ୍ରତିନିଧି ଦଳ ମୁମ୍ବାଇରେ ଶିବସେନା ମୁଖ୍ୟ ଉଦ୍ଧବ ଠାକେରଙ୍କୁ ଭେଟିଛନ୍ତି । ବିଜେଡି ନେତା ଅରୁପ ପଟ୍ଟନାୟକ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ମୁମ୍ବାଇସ୍ଥିତ ସାମ୍ନା ଭବନରେ ଠାକେରଙ୍କୁ ଭେଟିଥିଲେ । ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ଏହି ପ୍ରତିନିଧି ଦଳ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ଦେଇଥିଲେ । ସଂସଦରେ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିବା ପାଇଁ ବିଜେଡି ଦେଶର ସାତୋଟି ଜାତୀୟ ଦଳ ଓ ୧୫ଟି ଆଞ୍ଚଳିକ ଦଳକୁ ଭେଟିବା ପାଇଁ ଟିମ୍ ଗଠନ କରିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ , ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ଚିଠି ଲେଖି ମହିଳା ସଂରକ୍ଷଣ ବିଲକୁ ସମର୍ଥନ ଦେବା ପାଇଁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here