ରବିବାର ହେଉଛି ପୁରୁଷ ହକି ବିଶ୍ୱକପର ଶେଷ ତଥା ଅନ୍ତିମ ଦିନ. ହକିର ଶୁଭାରମ୍ଭ ଯେତିକି ଧୂମଧାମ୍ ରେ ହୋଇଥିଲା ଅନ୍ତିମ ଦିନ ମଧ୍ୟ ଆହୁରି ଦମଦାର ହେବ. ହକି ବିଶ୍ୱକପର ଉଦଘାଟନୀ ଉତ୍ସବକୁ ବଲିଉଡ ଷ୍ଟାରମାନେ ଯେପରି ରଙ୍ଗାରଙ୍ଗ କରିଥିଲେ, ଠିକ୍ ସେହିପରି ଅନ୍ତିମ ଦିନକୁ ମଧ୍ୟ ଅଧିକ ରୋମାଞ୍ଚକର କରିବା ପାଇଁ ଓଡିଶା ଆସୁଛନ୍ତି କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର. ସେ ଓଡିଶା ଆସିବା ପାଇଁ ନିଜର ସମ୍ମତି ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି. ଏହାସହ ଓଡିଶାରେ ଏଭଳି ଏକ ବଡ ଧରଣର ହକି ବିଶ୍ୱକପ ଆୟୋଜନ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି. ତେବେ ପୂର୍ବରୁ ହକି ଉଦଯାପନୀ ଉତ୍ସବରେ ସଚିନଙ୍କ ସମେତ ସୌରଭ ଗାଙ୍ଗୁଲି,ରାହୁଲ ଦ୍ରାଭିଡଙ୍କ ଭଳି କ୍ରିକେଟ ତାରକା ଯୋଗଦେବା ସହ ବିଗ୍ ବି ଅମିତାଭ୍, ଅମିର ଖାନ୍ ଓ ଶାହିଦ କପୁର ମଧ୍ୟ ଯୋଗ ଦେବେ ବୋଲି ଆଶା କରାଯାଉଥିଲା. ମାତ୍ର ବର୍ତ୍ତମାନ, କେବଳ ସଚିନ ଆସିବେ ବୋଲି ସମ୍ମତି ଜଣାଇଛନ୍ତି. ତେବେ ଭାରତ-ନେଦରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚକୁ ଦେଖିବା ପାଇଁ କ୍ରିକେଟର ଅନିଲ କୁମ୍ବ୍ଲେ ଓ ଭିରେନ୍ଦ୍ର ସେୱାଗ୍ ମଧ୍ୟ ଭୁବନେଶ୍ୱର ଆସିଥିଲେ.

LEAVE A REPLY

Please enter your comment!
Please enter your name here