ନିର୍ଦ୍ଦେଶକ ଶରୀକ ମିନହାଜ ଦିଲ୍ଲୀର ନିର୍ଭୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରୁଛନ୍ତି । ଏହି ଫିଲ୍ମର ନାଁ ରଖିଛନ୍ତି ‘ଦିଲ୍ଲୀ ବସ୍’ । ଶରୀକ କହିଛନ୍ତି ଯେ, ତାଙ୍କର ଏହି ଅପକମିଂ ଫିଲ୍ମ ଦିଲ୍ଲୀର ଗଣବଳାତ୍କାରର ଶିକାର ହୋଇଥିବା ସେହି କର୍ମଜୀବୀ ଯୁବତୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ, ଯାହାକୁ ଆଜି ନିର୍ଭୟା ନାମରେ ସାରା ଦେଶ ଜାଣିଛି । ଏଠାରେ ମନେ ପକାଇଦେବାକୁ ଚାହୁଁଛୁ, ୨୦୧୨ ଡିସେମ୍ବର ୧୬ ତାରିଖରେ ଦକ୍ଷିଣ ଦିଲ୍ଲୀରେ ଏକ ଚଳନ୍ତା ବସ୍ ଭିତରେ ଜଣେ ପାରାମେଡିକାଲ ଛାତ୍ରୀଙ୍କୁ ୬ ଜଣ ଅତି ନୃଶଂସ ଭାବେ ଗଣଧର୍ଷଣ କରିଥିଲେ. ପରେ ସିଙ୍ଗାପୁରରେ ଚିକିତ୍ସାଧୀନ ଥିବା ବେଳେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା. ସେତେବେଳେ ଏହି ଘଟଣାକୁ ନେଇ ସାରାଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା . ପ୍ରତିବାଦରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଦେଶର ହଜାର ହଜାର ଯୁବକ ଯୁବତୀ ରାତିତମାମ ପ୍ରତିବାଦ କରିଥିଲେ. ଅଦାଲତ ଏହି ମାମଲାରେ ୪ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ.
ସୁଚନାଅନୁସାରେ, ଶରୀକଙ୍କ ଏହି ଫିଲ୍ମ ୧୬ ଡିସେମ୍ବର ୨୦୧୨ରେ ନୂଆଦିଲ୍ଲୀର ଚଳନ୍ତା ବସରେ ହୋଇଥିବା ଗଣବଳାତ୍କାର ଉପରେ ପର୍ଯ୍ୟବେସିତ । ଶରୀକ କହିଛନ୍ତି ଯେ , ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଆଜି ଦେଶରେ ଚର୍ଚ୍ଚାର ପ୍ରମୁଖ ବିଷୟ ମଧ୍ୟରୁ ଗୋଟିଏ । ତେଣୁ ଆମେ ଏପରି ଏକ ଫିଲ୍ମ ନିର୍ମାଣ କରିବାକୁ ଭାବିଲୁ, ଯାହା ସମାଜରେ କିଛି ପରିବର୍ତ୍ତନ ଆଣି ପାରିବ ଓ କଳାତ୍ମକ ଢଙ୍ଗରେ ସମସ୍ୟା ଗୁଡିକର ପର୍ଦ୍ଦାଫାସ କରିପାରିବ । ତେବେ ଏହି ଫିଲ୍ମ ଆସନ୍ତା ବର୍ଷ ୨୫ ଜାନୁଆରୀରେ ମୁକ୍ତିଲାଭ କରିବ । ଏଥିରେ ଦିବ୍ୟା ସିଂହ , ନୀଳିମା ଅଜିମ ଓ ସଞ୍ଜୟ ସିଂହ ପ୍ରମୁଖ ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here