ଦୀର୍ଘ ଦଶ ବର୍ଷ ପରେ ବ୍ରିଟିଶ୍ ଏୟାରୱେଜ ପାକିସ୍ତାନକୁ ଉଡାଣ ଭରିବାକୁ ଯାଉଛି. ତେବେ ପାକିସ୍ତାନକୁ ବ୍ରିଟିଶ ଏୟାରୱେଜର ଏହି ସେବା ଆସନ୍ତା ଜୁନ 15 ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି. ତେବେ ଏହି ସେବାରେ ବୋଇିଂ 787 ଡ୍ରିମଲାଇନର ଲଣ୍ଡନର ହିଥ୍ରୋ ଏୟାରପୋର୍ଟରୁ ଇସଲାମବାଦ ମଧ୍ୟରେ ଉଡାଣ ଭରିବ ଏବଂ ଏହା ସପ୍ତାହ ମଧ୍ୟରେ ତିନିଥର ଉଡାଣ ଭରିବ. ତେବେ ଏଠାରେ ଉଲ୍ଲେଖଯୋଗ୍ୟ, 2008 ମସିହାରେ ଇସଲାମବାଦର ମୋରିୟଟ ହୋଟେଲରେ ହୋଇଥିବା ଆତଙ୍କୀ ହାମଲା ପରଠାରୁ ବ୍ରିଟିଶ ଏୟାରୱେଜ ପାକିସ୍ତାନ ପାଇଁ ନିଜର ଏହି ସେବା ବନ୍ଦ କରିଦେଇଥିଲା. ଏହି ହାମଲାରେ ପାଖାପାଖି 50ଜଣଙ୍କ ମୃତ୍ୟୁ ହୋଇଥିଲା. ସେବେଠାରୁ ବ୍ରିଟିଶ ଏୟାରୱେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ସେବା ବନ୍ଦ କରିଦେଇଥିଲା.

LEAVE A REPLY

Please enter your comment!
Please enter your name here