ମୁମ୍ବାଇ: ଭାରତୀୟ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କାର ଗ୍ରସ୍ କଲେକ୍ସନ୍ ଅତିକ୍ରମ କରିଛି ‘ରାମାୟଣ’। ଏହା ସହ ଦେଶରେ ୧୦୦୦ କୋଟି ର ସଫଳତା ହାସଲ କରିଥିବା ଷଷ୍ଠ ଭାରତୀୟ ଫିଲ୍ମ ହୋଇଛି।ବକ୍ସ ଅଫିସ୍ ରିପୋର୍ଟ ଅନୁସାରେ, ‘ରାମାୟଣ’ ମୁକ୍ତିଲାଭର ପ୍ରଥମ ଦିନରେ ଫିଲ୍ମଟି ୬୪.୮୫ କୋଟି ଟଙ୍କା ଆୟ କରିଥିବା ବେଳେ ପ୍ରଥମ ସପ୍ତାହରେ ଏହାର କଲେକ୍ସନ୍ ୫୬୪.୬୦ କୋଟିରେ ପହଞ୍ଚିଥିଲା। ଦ୍ୱିତୀୟ ସପ୍ତାହରେ ମଧ୍ୟ ଫିଲ୍ମର ଲୋକପ୍ରିୟତା କମିନଥିଲା। ଦ୍ୱିତୀୟ ସପ୍ତାହରେ ଏହା ୨୭୯.୮୦ କୋଟି ଟଙ୍କା ଆୟ କରିଥିଲା। ୧୪ ଦିନ ଶେଷ ସୁଦ୍ଧା ଫିଲ୍ମର ମୋଟ ଗ୍ରସ୍ କଲେକ୍ସନ୍ ୧,୦୦୯.୦୫ କୋଟି ଟଙ୍କା ହୋଇଥିବା ରିପୋର୍ଟରେ ଦାବି କରାଯାଇଛି। ସେହିପରି ଏହାର ନେଟ୍ କଲେକ୍ସନ୍ ୮୪୪.୪୦ କୋଟି ଟଙ୍କା ରହିଛି। ଭାରତୀୟ ସିନେମାରେ ୧୦୦୦ କୋଟି ଗ୍ରସ୍ କଲେକ୍ସନ୍ ହାସଲ କରିବା ଏକ ବଡ଼ ସଫଳତା। ଏହି କ୍ଲବରେ ପୂର୍ବରୁ ଅନେକ ବ୍ଲକବଷ୍ଟର ଫିଲ୍ମ ସ୍ଥାନ ପାଇସାରିଛି। ମାତ୍ର ୧୪ ଦିନ ମଧ୍ୟରେ ୧୦୦୦ କୋଟି ଟଙ୍କାର ଗ୍ରସ୍ କଲେକ୍ସନ୍ ଅତିକ୍ରମ କରି ଏହି ରେକର୍ଡ କରିଛି ନିତେଶ ମଲହୋତ୍ରାଙ୍କ ପ୍ରଯୋଜିତ ଫିଲ୍ମ ‘ରାମାୟଣ’।

LEAVE A REPLY

Please enter your comment!
Please enter your name here