ଆଇଏଏସ ଚାକିରି ଛାଡି ଅପରାଜିତା ବିଜେପିରେ ଯୋଗଦେବା ପରେ ଦଳ ଭିତରେ ଚାପା ଗୁଞ୍ଜରଣ ଆରମ୍ଭ ହେଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରିୟ ସଭାପତି ଅମିତ ଶାହଙ୍କ ଠାରୁ ବର ପାଇ ଆସିଥିବାରୁ ଅପରାଜିତାଙ୍କ ପ୍ରଭାବ ଦଳୀୟ ନେତାଙ୍କୁ ଅଡୁଆରେ ପକାଇଲାଣି । ଖୁବ କମ ଦିନ ଭିତରେ ଅପରାଜିତା ଏବେ ଦଳୀୟ ନେତାଙ୍କୁ ଟୁ୍ୟସନ କରିବା ଆରମ୍ଭ କରିଦେଲେଣି । ସେ କୌଣସି ଗୋଷ୍ଠିର ନୁହଁନ୍ତି ଏବଂ ଯଦି କିଏ କୌଣସି ନେତା ଓ ଗୋଷ୍ଠିଙ୍କ ଅନୁଗତ ହୋଇ ରହିବାକୁ ଚାହାଁନ୍ତି, ତାହେଲେ ସେମାନେ ଦଳ ଛାଡି ଦିଅନ୍ତୁ ବୋଲି ଅପରାଜିତା କହିଛନ୍ତି । ଦଳୀୟ କର୍ମୀ ସମ୍ମିଳନୀକୁ ଉଦବୋଧନ ଦେବାବେଳେ ଅପରାଜିତାଙ୍କ ଏମିତି କିଛି କଟୁ କଥାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏମିତି କି କର୍ମୀ ସମ୍ମିଳନୀରେ ସେ ଭାଷଣ ଦେଉଥିବାବେଳେ କେହି ଜଣେ ନେତା ଗପସପ କରୁଥିବା ଦେଖି ସେ ଉତକ୍ଷିପ୍ତ ହୋଇପଡିଥିଲେ । ଆଉ ଚୁପ୍ ରହିବା ପାଇଁ ମଧ୍ୟ ତାଗିଦ କରିଥିଲେ । କର୍ମୀ ସମ୍ମଳିନୀକୁ ଉଦବୋଧନ ଦେଇ ଅପରାଜିତା କହିଥିଲେ, ‘ବାରମ୍ବାର ଆମେ ହାରିଯାଉଛୁ ଏଇଟା ଲାଜ ଲାଗୁନି । ଆମେ କେମିତି ଜିତାଇବା ଏଇଟା ଦେଖିବାର ଅଛି, ନା ଇଏ ତାର ଲୋକ ତାର ଲୋକ, କାହିଁ ତାର ଲୋକେ ହଉଛେ? ଆପଣ କହୁନାହାଁନ୍ତି ମୁଁ ଭାରତୀୟ ଜନତା ପାର୍ଟିର ଲୋକ । ଯିଏ ବି ଏମଏଲଏ କ୍ୟାଣ୍ଡିଟେଡ ହେବ ତାକୁ ଜିତେଇବା ଆମର ଧର୍ମ କର୍ତ୍ତବ୍ୟ । ନହେଲେ ପାର୍ଟି ଛାଡିଦିଅନ୍ତୁ । ମୁଁ ଅନୁରୋଧ କରିବି ସେମାନଙ୍କୁ ଯେଉଁମାନେ ୟାଙ୍କ ବିଷୟରେ କିମ୍ବା ତାଙ୍କ ପାଖରେ ଅଛନ୍ତି ପାର୍ଟି ଛାଡିଦିଅନ୍ତୁ । ଭାରତୀୟ ଜନତା ପାର୍ଟି ସାଙ୍ଗରେ ରହିବାର ଅଛି । ମୋର ଭାରତୀୟ ଜନତା ପାର୍ଟିରେ କେହି ଲୋକ ନୁହଁନ୍ତି । ସତ କଥା ମୁଁ କହୁଛି । ମୁଁ କୌଣସି ଗ୍ରୁପ୍ର କୌଣସି ଦଳର ମୁଁ ନୁହେଁ ଭାରତୀୟ ଜନତା ପାର୍ଟି ଭିତରେ । ଭାରତୀୟ ଜନତା ପାର୍ଟିର ବିକାଶ କେମିତି ଲାଭମୁଖି ହେବ ମୁଁ ଦେଖିକି ଆସିଛି । ପ୍ରେରଣା ପାଇଛି ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ।

LEAVE A REPLY

Please enter your comment!
Please enter your name here