ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ସେ କହିଛନ୍ତି , ଏବେ ୱେଲମାର୍କ ଲୋ ପ୍ରେସର ରହିଛି । ୧୨ ଘଣ୍ଟା ମଧ୍ୟରେ ଡିପ୍ରେସନ ହେବ । ଡିପ୍ରେସନ ହେଲା ପରେ ବାତ୍ୟାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ । ତେବେ ବାତ୍ୟାରେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିମି ରହିବ ବୋଲି ସେ ସୂଚନା ଦେଇଛନ୍ତି । ପବନ ବେଗ ତାଠାରୁ ଅଧିକ ହେବା ଆଶଙ୍କା ନାହିଁ କହିଲେ ମୃତ୍ୟୁଞ୍ଜୟ । ୩ ତାରିଖ ମଧ୍ୟରାତ୍ରୀ ପରେ ପବନର ବେଗ ବଢିବାକୁ ଲାଗିବ । ୪ ତାରିଖ ଅପରାହ୍ନ ବେଳକୁ ପବନ ୭୦ରୁ ୯୦ କିମି ପର୍ଯ୍ୟନ୍ତ ରହିବ । ତେବେ ବାତ୍ୟା ଉପକୂଳ ଅତିକ୍ରମ କରିବ କି ନାହିଁ ଏବେ ସ୍ପଷ୍ଟ ହୋଇନି । ଡିପ୍ରେସନରେ ପରିଣତ ହେଲା ପରେ ସେନେଇ ସ୍ପଷ୍ଟ କରିହେବ । ବାତ୍ୟା ଦିଗ ପରିବର୍ତ୍ତନ କରିପାରେ ବୋଲି କହିଛନ୍ତି ଆଇଏମଡି ଡିଜି । ଦିଗ ପରିବର୍ତ୍ତନ କଲେ ବି ବର୍ଷାର ପ୍ରକୋପ ଜାରି ରହିବ । ୩ରୁ ୫ ତାରିଖ ପର୍ଯନ୍ତ ଓଡିଶାରେ ବର୍ଷା ଲାଗି ରହିବ ।
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ଓ ତତଜନିତ ସମସ୍ୟା ସମ୍ପକରେ ପ୍ରଧାନ ମନ୍ତ୍ରୀ ଏହି ସମୀକ୍ଷା କରିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here