ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଆସନ୍ତା ୮ ତାରିଖ ଦିନ ରାଜଭବନ ଘେରାଉ କରିବ ନବ ନିର୍ମାଣ କୃଷକ ସଂଗଠନ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ରାଜ୍ୟରେ ୩୬ଲକ୍ଷ ଚାଷୀଙ୍କ ପାଇଁ ମାସିକ ସହାୟକ ଭତା ୫ହଜାର ଟଙ୍କା ଓ ସମ୍ମାନ ଦାବିକୁ ନେଇ ଗତ ନଭେମ୍ବର ୫ ତାରିଖରେ ରାଜଧାନୀରେ ମହାସମାବେଶ କରିବା ପାଇଁ ଆସିଥଲେ ଲକ୍ଷାଧିକ ଚାଷୀ । କିନ୍ତୁ ଏହି ମହାସମାବେଶ କୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଥିଲେ ବୋଲି ସଂଗଠନ ଅଭିଯୋଗ କରିଛି । ତେବେ ଆସନ୍ତା ୮ ତାରିଖରେ ରାଜଭବନ ସମ୍ମୁଖରେ ହଜାର ହଜାର ଚାଷୀ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବେ ବୋଲି କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।

LEAVE A REPLY

Please enter your comment!
Please enter your name here