ସମ୍ବଲପୁର ଜେଲ ଛକ ନିକଟରେ ଥିବା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଶାଖା ଅଫିସରେ 7-8 ଜଣ ଦୁର୍ବୃତ୍ତ ପଶି ନିଆଁ ଲଗାଇ ଦେଇଛନ୍ତି. ଫଳରେ ଅଫିସ ନିକଟରେ ଥିବା ଦୁଇଟି ଗାଡି ପୋଡିଯାଇଥିବା ସହ ବହୁ ଦରକାରୀ କାଗଜପତ୍ର ପୋଡି ଯାଇଥିବା ସୂଚନା ମିଳିଛି. ଏନେଇ ସୂଚନା ଦେଇଛନ୍ତି ବିଏସଇର ଡେପୁଟି ସେକ୍ରେଟାରୀ ସୂର୍ଯ୍ୟମଣି ମାଝି. ତେବେ ନିଆଁଲିଭା କାର୍ଯ୍ୟରେ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି ଏବଂ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରହିଛି. ଅନ୍ୟପଟେ ବୁଧବାର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କାମ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ପଶି ଏହି ତୁମୁଳକାଣ୍ଡ ଘଟାଇଛନ୍ତି. ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଘଟାଇବା ପଛର କାରଣ ଏ ଯାଏଁ ଜଣାପଡିନାହିଁ.

LEAVE A REPLY

Please enter your comment!
Please enter your name here