ବୁଧବାର ଲୋକସଭାରେ ସେରୋଗେସି ଅର୍ଥାତ ଗର୍ଭଭଡା ନିୟମ ବିଲକୁ ମଞ୍ଜୁରୀ ମିଳିଛି. ଭାରତରେ ଏହି ଗର୍ଭଭଡାକୁ ନେଇ ହେଉଥିବା ବିଭିନ୍ନ ସମସ୍ୟା ଉପରେ ରୋକ୍ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ଏହି ବିଲ୍ ଗୃହୀତ ହୋଇଛି. ଯାହାଫଳରେ ଅନେକ ଅନୈତିକ କାର୍ଯ୍ୟକୁ ବନ୍ଦ କରାଯାଇପାରିବ. ଏହି ବିଲ୍ ପାସ ହେବା ପରେ ଭାରତରେ କେବଳ ନିଃସନ୍ତାନ ଦମ୍ପତ୍ତି ମାନେ  ଏହାକୁ ବ୍ୟବହାର କରିପାରିବେ. ପ୍ରସ୍ତାବ ଅନୁସାରେ, ଏଥିପାଇଁ ରାଷ୍ଟ୍ରୀୟ ଓ ରାଜ୍ୟ ସେରୋଗେସି ଗଠନ କରାଯିବ. ଯେଉଁ ଦମ୍ପତ୍ତିମାନେ ପିଲା ଜନ୍ମ କରିବାକୁ ଅସମର୍ଥ, କେବଳ ସେହିମାନଙ୍କୁ ଏଥିପାଇଁ ଅନୁମତି ମିଳିବ. ଏହି ନିୟମକୁ ପାଳନ ନ କଲେ କଠିନ ଦଣ୍ଡ ବିଧାନ ମଧ୍ୟ ରହିଥିବା ଉଲ୍ଲେଖ ରହିଛି. ଅନ୍ୟପଟେ ଯେଉଁ ଦମ୍ପତି ମାନସିକ କିମ୍ବା ଶାରୀରିକ ରୂପେ ପିଲା ଜନ୍ମ କରିବା ପାଇଁ ଅସମର୍ଥ କିମ୍ବା କୌଣସି ରୋଗରେ ପୀଡିତ ଥିବେ, ସେମାନଙ୍କୁ ହିଁ ସେରୋଗେସି ପାଇଁ ଅନୁମତି ମିଳିବ. ଏହି ନିୟମ ଅନୁସାରେ, ସେରୋଗେସି ପାଇଁ ଜଣେ ମହିଳାଙ୍କୁ 25-35 ବର୍ଷ ହୋଇଥିବା ଆବଶ୍ୟକ. କେବଳ ଏତିକି ନୁହେଁ, ଏଥିପାଇଁ ମହିଳାଙ୍କର ନିଜର ମଧ୍ୟ ଗୋଟିଏ ପିଲା ଥିବା ଦରକାର. ଆଉ ଜଣେ ମହିଳା ଥରେ ହିଁ ସେରୋଗେସି କରିପାରିବେ. ଯଦି ଏହି ନିୟମକୁ ଦମ୍ପତ୍ତି କିମ୍ବା ମହିଳା ଉଲ୍ଲଘଂନ କରନ୍ତି ତାହାଲେ ସେମାନଙ୍କୁ ନିୟମ ଅନୁସାରେ 5ରୁ 10 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ  5ରୁ 10 ଲକ୍ଷ ଟଙ୍କା ଜରିମାନା ମଧ୍ୟ ହୋଇପାରେ. ଆଉ ଯଦି କୌଣସି ଡାକ୍ତର ଏହାକୁ ଉଲ୍ଲଘଂନ କରନ୍ତି ତାହାଲେ ତାଙ୍କୁ 5-10 ଲକ୍ଷ ଜରିମାନା ଲାଗିପାରେ.

 

 

LEAVE A REPLY

Please enter your comment!
Please enter your name here