ଆଇଏଏସ ଅଫିସର ଭାବେ ଯେମିତି କାମ କରୁଥିଲେ, ଏବେ ବି ସେମିତି ଜୋସରେ କାମ ଆରମ୍ଭ କରିଛନ୍ତି ଅପରାଜିତା . ଫରକ ଏତିକି ଯେ, ସେତେବେଳେ ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ କାମ କରୁଥିଲେ, ଏବେ ରାଜନେତା.ମାତ୍ର ତାଙ୍କର ନଜର ଅନ୍ଦାଜରେ କିଛି ବି ପରିବର୍ତ୍ତନ ଘଟିନି. ସେତେବେଳେ ନିଜ ଅଧସ୍ଥନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିଲେ, ଏବେ ଦଳୀୟ ସହକର୍ମୀଙ୍କୁ. ଅମଲା ଭାବେ ଯେମିତି ଅନୁଶାସନର ଲଗାମ ଧରିଥିଲେ, ଏବେ ରାଜନୀତିରେ ବି ସେମିତି ଅନୁଶାସନର ଲଗାମ ଧରିବା ଆରମ୍ଭ କରିଛନ୍ତି ଅପରାଜିତା. ଅପରାଜିତାଙ୍କ ଭାଷଣକୁ ମନ୍ତ୍ରମୁଗ୍ଧ ହୋଇ ଶୁଣୁଛନ୍ତି ନେତା ଓ କର୍ମୀମାନେ ଏବଂ ତାଳି ବି ମାରୁଛନ୍ତି. ଆଉ ଯଦି କିଏ କିଛି ଉଁ..ଚୁଁ କଲା ତ ଅନୁଶାସନର ଛାଟ ମାରୁଛନ୍ତି ଅପରାଜିତା.. ବିଏମସି କମିଶନର ଥିବାବେଳେ କର୍ପୋରେଟର ଡରୁଥିଲେ. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଥିବା ବେଳେ ଅପରାଜିତାଙ୍କ ନାଁ ଶୁଣିଲେ ସ୍କୁଲର ସାର୍ ଦିଦି ଡରୁଥିଲେ. ଖାଲି ସେତିକି ନୁହେଁ, ଅପରାଜିତାଙ୍କ ଭଳି ଅଫିସରଙ୍କୁ ବିଭାଗୀୟ ସଚିବ କରିବାକୁ ମନ୍ତ୍ରୀ ବି ଡରୁଥିଲେ. ଏବେ ଅପରାଜିତା ବିଜେପିରେ ସେମିତି କଡା ଅନୁଶାସନ ଆରମ୍ଭ କରିବାକୁ ଯାଉଛନ୍ତି.ପ୍ରଶ୍ନ ଉଠୁଛି, ଅମଲା ଥିବା ବେଳେ ଅଲଗା କଥା ଥିଲା. ମାତ୍ର ରାଜନୀତିରେ ଅପରାଜିତାଙ୍କ ଅନୁଶାସନର ଛାଟକୁ ଦଳୀୟ ନେତା କେତେଦିନ ସମ୍ଭାଳିବେ…

LEAVE A REPLY

Please enter your comment!
Please enter your name here