ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ବୁଧବାର ୱାଶିଂଟନର ନ୍ୟାସନାଲ ଚିଲଡ୍ରେନ ହସ୍ପିଟାଲରେ ସାନ୍ତା କ୍ଲଜ ବେଶରେ ପହଞ୍ଚି ସେଠାରେ ଚିକିତ୍ସିତ ହେଉଥିବା ପିଲାଙ୍କୁ ସରପ୍ରାଇଜ ଦେଇଛନ୍ତି. ଲାଲଟୋପି ଏବଂ କାନ୍ଧରେ ଗିଫ୍ଟସ ଭରା ବ୍ୟାଗ ନେଇ ପହଞ୍ଚିବା କ୍ଷଣି ହସ୍ପିଟାଲ କତ୍ତୃପକ୍ଷ ତାଳିମାରି ତାଙ୍କୁ ସ୍ୱାଗତ କରିଥିଲେ. ଓବାମା ହସ୍ପିଟାଲରେ ପହଞ୍ଚି ପିଲାଙ୍କ ସହ କିଛି ସମୟ ବିତାଇଥିଲେ ଏବଂ ସେମାନଙ୍କୁ ଗିଫ୍ଟ ମଧ୍ୟ ଦେଇଥିଲେ. ଏହାପରେ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଥିଲେ. ତେବେ ପୂର୍ବ ବର୍ଷ ମଧ୍ୟ ଓବାମା ସାନ୍ତା କ୍ଲଜ ବେଶରେ ସ୍କୁଲ ପିଲାଙ୍କୁ ଭେଟି ସେମାନଙ୍କ ସହ କିଛି ମୁହୂର୍ତ୍ତ ବିତାଇଥିଲେ.

LEAVE A REPLY

Please enter your comment!
Please enter your name here