ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ବରିଷ୍ଠ ଅଧିକାରୀଙ୍କୁ ଆଙ୍ଗୁଳି ଦେଖାଇବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମହଙ୍ଗା ପଡିଲା । ଇମ୍ରାନ ଖାନ୍ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫଇଜଲ ନାଜିରଙ୍କୁ ଆକ୍ଷେପ କରିଥିଲେ । ସେ ଅଭିଯୋଗ କରିଥିଲେ, ଆଇଏସଆଇର ଏହି ବରିଷ୍ଠ ଅଧିକାରୀ ତାଙ୍କୁ ଓାଜିରାବାଦରେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏପରିକି ଦେଶର ବରିଷ୍ଠ ସାମ୍ବାଦିକ ଆର୍ସାଦ ସରିଫଙ୍କ ହତ୍ୟାକାଣ୍ଡରେ ଫଇଜଲ ସଂପୃକ୍ତ ଥିବା ଇମ୍ରାନ ଅଭିଯୋଗ କରିଥିଲେ । ଇମ୍ରାନଙ୍କ ଅଭିଯୋଗକୁ ପାକିସ୍ତାନ ସେନା ପକ୍ଷରୁ ଖଣ୍ଡନ କରାଯିବାର ଦିନକ ପରେ ଆଜି ନାଟକୀୟ ଢଙ୍ଗରେ ତାଙ୍କୁ କୋର୍ଟ ପରିସରରୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here