ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ 7 ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ଇସଲାମବାଦର ଜବାବଦାୟୀ ଅଦାଲତ. ତେବେ 68 ବର୍ଷୀୟ ନୱାଜଙ୍କୁ ଅଲ ଅଜୀଜିଆ ଷ୍ଟିଲ ମିଲ୍ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରି 7 ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି. ଇସଲାମବାଦ କୋର୍ଟ ଜଜ୍ ମହମ୍ମଦ ଅରସାଦ ଅଲ୍ଲି ସରିଫଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି. ଅନ୍ୟପଟେ ଅଲ ଅଜୀଜିଆ ମାମଲାରେ ସରିଫଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ମଧ୍ୟ ପ୍ରକାଶ କରିଛନ୍ତି ଜଜ୍ ଅର୍ସାଦ. ତେବେ ପୂର୍ବରୁ ନୱାଜଙ୍କୁ  ଅନ୍ୟ ଏକ ମାମଲାରେ 10 ବର୍ଷ ଜେଲ ଦଣ୍ଡ ହୋଇଥିଲା ଓ ତାଙ୍କ ଝିଅ ମରିୟମ ନୱାଜକୁ ମଧ୍ୟ 7 ବର୍ଷ ଜେଲ ହୋଇଥିଲା. ପୂର୍ବରୁ ପାକିସ୍ତାନ କୋର୍ଟ, ଦୁର୍ନୀତି ବିରୋଧରେ ସରିଫଙ୍କୁ 10 ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଥିଲେ. ପରବର୍ତ୍ତୀ ସମୟରେ ତାଙ୍କୁ ଜୁଲାଇ 13 ତାରିଖରେ ଗିରଫ କରାଯାଇଥିଲା. ତେବେ ପୂର୍ବ ବର୍ଷ ନୱାଜ ପାନାମା ଗେଟ ଦୁର୍ନୀତି ମାମଲାରେ ଆସିବା ପରେ ଏହାର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ.

 

LEAVE A REPLY

Please enter your comment!
Please enter your name here