ପୂର୍ବକାଳରେ ପ୍ରଚଳିତ ସତୀଦାହ ପ୍ରଥା ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ. ମାତ୍ର ବର୍ତ୍ତମାନର ସମାଜରେ ବିବାହକୁ ପୂର୍ଣ୍ଣ ଭାବେ ବଜାୟୀ ରଖିବା ମଧ୍ୟ ଅନେକ ଦମ୍ପତ୍ତିଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡୁଛି. ଏଭଳି ସମୟରେ ସତୀଦାହ ଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ. ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହୋଇଛି. ଘଟଣାଟି କିଛି ଏଭଳି ଥିଲା……

ଉନ୍ନାଓ ଜିଲ୍ଲାର ଓରାସ ଥାନା ଅନ୍ତର୍ଗତ ହସନପୁରରେ ରହୁଥିବା ଲୀଲାବତୀ ଗତ ଏକ ମାସ ଧରି ରୋଗରେ ପୀଡ଼ିତ ଥିଲେ. ଗତ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା. ଅନ୍ତିମସଂସ୍କାର ପାଇଁ ବନ୍ଧୁ ପରିଜନ ତାଙ୍କୁ ଗାଁ ମଶାଣୀକୁ ନେଇଥିଲେ ସାଙ୍ଗରେ ଥିଲେ ସ୍ୱାମୀ ସନ୍ତୁ ମୋର୍ଥ. ସ୍ତ୍ରୀର ବିଚ୍ଛେଦ ଦୁଃଖ ସହ୍ୟ କରିପାରିନଥିଲେ ସନ୍ତୁ. ମୁଖାଗ୍ନୀ ଦେବାର କିଛି ସମୟ ପରେ ସେହିଠାରେ ଟଳିପଡିଲେ ସେ. ନିଜ ଜୀବନସାଥି ସହ ଶେଷ ନିଶ୍ୱାସ ତ୍ୟାଗ କଲେ ସନ୍ତୁ. ଏକାଠି ବଞ୍ଚିବା ଆଉ ଏକାଠି ମରିବାର ପ୍ରତିଶୃତିକୁ ପୂରଣ କରିବାକୁ ଯାଇ ନିଜ ସ୍ତ୍ରୀର ଜୁଇ ପାଖରେ ନିଜ ଜୁଇ ଜାଳିଦେଲେ. ପରିବାରରେ ସନ୍ତୁ ଆଉ ତାଙ୍କ ପତ୍ନୀ ଲୀଲାବତୀଙ୍କ ଏକକାଳୀନ ମୃତ୍ୟୁ ସମସ୍ତ ସଦସ୍ୟଙ୍କ ପାଇଁ ଏକ ବଡ଼ ଧରଣର ଆଘାତ ଥିଲା.

ସନ୍ତୁଙ୍କ ପରିବାର କହିଲେ ସ୍ତ୍ରୀ ଲୀଲାବତୀ , ଦୁଇ ପୁଅ ଓ ଚାରି ଝିଅ. ସୂଚନା ଅନୁସାରେ ଦୁଇ ପୁଅଙ୍କର ଅକାଳ ମୃତ୍ୟୁ ହୋଇଯାଇଥିବା ବେଳେ ତିନି ଝିଅଙ୍କ ବିବାହ ସାରିଦେଇଥିଲେ ସନ୍ତୁ. ଏବେ ସାନ ଝିଅ ରୁବା ପରିବାରରେ ଏକା.

LEAVE A REPLY

Please enter your comment!
Please enter your name here