ଶୁକ୍ରବାର ଶାହାରୁଖଙ୍କ ଫିଲ୍ମ ‘ଜିରୋ’ ମୁକ୍ତିଲାଭ କରିଥିବା ବେଳେ ଏହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି. ଆଉ ଏହି ସିନେମାରେ ଶାହାରୁଖ ‘ବାଉଆ’ ଭୂମିକାରେ ନଜର ଆସିଛନ୍ତି. ହେଲେ ଏହା ଭିତରେ ଶାହାରୁଖଙ୍କ ପାଇଁ ଏକ ଖୁସି ଖବର ମଧ୍ୟ ରହିଛି. ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଶାହାରୁଖଙ୍କ ଏହି ଫିଲ୍ମଟିକୁ ଦେଖି ତାଙ୍କ ଅଭିନୟର ଢେରସାରା ପ୍ରଶଂସା କରିଛନ୍ତି. ଆନନ୍ଦ ଏଲ. ରଏ ନିର୍ଦ୍ଦେଶିତ ଏହି ଫିଲ୍ମରେ କ୍ୟାଟ୍ରିନା ଓ ଅନୁଷ୍କା ଶର୍ମା ମଧ୍ୟ ନଜର ଆସିଛନ୍ତି. ଶୁକ୍ରବାର ଏହି ଫିଲ୍ମକୁ ଦେଖିବା ପରେ ମଲାଲା ସୋସିଆଲ ମିଡିଆରେ ଏକ ଭିଡିଓ ମେସେଜ ସେୟାର କରିଥିଲେ. ଯେଉଁଥିରେ ଥିଲା- ‘ହ୍ୟାଲୋ ଶାହାରୁଖ୍ ଖାନ୍, ଆପଣଙ୍କ ଫିଲ୍ମ ଦେଖିବାର ଅନୁଭବ ବହୁତ ଖୁସି ଦେଲା. ଏହା ବହୁତ ଆନନ୍ଦଦାୟକ ଥିଲା ଏବଂ ମୋ ପରିବାର ଏହାକୁ ବେଶ୍ ପସନ୍ଦ କଲେ’.

LEAVE A REPLY

Please enter your comment!
Please enter your name here