ଆଣ୍ଡାମାନ ଓ ନିକୋବରର ତିନୋଟି ଦ୍ୱିପର ପୁନଃ ନାମକରଣ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର. ଏହି ତିନୋଟି ଦ୍ୱିପ ମଧ୍ୟରେ ରହିଛି ରସ୍ ଆଇଲାଣ୍ଡ,ନଲ ଆଇଲାଣ୍ଡ ଓ ହାଭଲକ୍ ଆଇଲାଣ୍ଡ. ତେବେ ରସ୍ ଆଇଲାଣ୍ଡକୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆଇଲାଣ୍ଡ, ନୀଲ ଆଇଲାଣ୍ଡକୁ ସହିଦ ଦୀପ୍ ଆଇଲାଣ୍ଡ ଓ ହାଭଲକ୍ ଆଇଲାଣ୍ଡକୁ ସ୍ୱରାଜ ଦୀପ୍ ଆଇଲାଣ୍ଡ ନାମରେ ନାମିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି. ଡିସେମ୍ବର 30 ତାରିଖ ଦିନ ନେତାଜୀଙ୍କ ଐତିହାସିକ ଯାତ୍ରାର 75ତମ ବାର୍ଷିକ ଉତ୍ସବ ପାଇଁ ପୋର୍ଟ ବ୍ଲେୟର ପରିଦର୍ଶନରେ ଯାଇ ମୋଦି ସେଠାରେ ଏହାର ଘୋଷଣା କରିବେ. ତେବେ ଗତ ନଭେମ୍ବର ମାସରେ ନେତାଜୀଙ୍କ ସଂପର୍କୀୟ ଓ ପଶ୍ଚିବଙ୍ଗର ବିଜେପି ଉପ-ରାଷ୍ଟ୍ରପତି ଚନ୍ଦ୍ର କୁମାର ବୋଷ ଏ ପ୍ରସଙ୍ଗରେ ମୋଦିଙ୍କୁ ପତ୍ର ଲେଖିଥିଲେ.

LEAVE A REPLY

Please enter your comment!
Please enter your name here