ସେବାୟତଙ୍କ ଜିଦଖୋର ମନୋଭାବ ଯୋଗୁ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ନେଇ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତିରେ ସରକାର ହସ୍ତକ୍ଷେପ କରିବା ଉଚିତ ବୋଲି ସେ କହିଛନ୍ତି । ସେବାୟତମାନେ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ କରି ଶ୍ରୀମନ୍ଦିରରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ସେ ଅନୁରୋଧ କରିଛନ୍ତି । ଶ୍ରୀଜିଉଙ୍କ ମଙ୍ଗଳଆଳତି ଠାରୁ ଆରମ୍ଭ କରି କୌଣସି ନୀତିକାନ୍ତି କରାଯାଇନାହିଁ । ଶ୍ରୀଜିଉଙ୍କୁ ଏମିତି ଅଖିଆ ଅପିଆ ରଖିବା ଓ ତାଙ୍କର ପୂଜା ବନ୍ଦ କରିବା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ଗଜପତି କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି । ଏଭଳି ଅବସ୍ଥା ସୃଷ୍ଟି କରି ଶ୍ରୀମନ୍ଦିର ଇତିହାସରେ କଳଙ୍କ ନଲଗେଇବାକୁ ସେ କହିଛନ୍ତି ।
ଅନ୍ୟପକ୍ଷରେ ଆଇନମନ୍ତ୍ରୀ ପ୍ରତାପ ଜେନା ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି । ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବାୟତଙ୍କ ସହ ଆଲୋଚନା ଜାରି ରଖିଛନ୍ତିଏବଂ ସକରାତ୍ମକ ଫଳ ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here