ଶନିବାର ସକାଳେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ରାଜପୋରାରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଫଳରେ 4 ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ 16 ଜଣ ଆହତ ହୋଇଥିବା ସୂଚନା ମିଳିଛି. ମାତ୍ର 24 ଘଣ୍ଟା ଭିତରେ ଏହା ହେଉଛି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଦ୍ୱିତୀୟ ଥର ଗୁଳି ଚାଳନା. ସୂଚନା ଅନୁସାରେ, ସୁରକ୍ଷାକର୍ମୀଙ୍କୁ ରାଜପୋରାରେ କିଛି ମାଓବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା. ପରେ ଏ ନେଇ ଏସଓଜି ଓ ସିଆରପିଏଫ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ. ଅନ୍ୟପଟେ ମାଓବାଦୀମାନ ମଧ୍ୟ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ. ତେବେ, ବର୍ତ୍ତମାନ ସୁଦ୍ଧା ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here