ବୟସ ଶହେ ଅଠର ଛୁଇଁଲାଣି. ହେଲେ ମନରେ ଦମ୍ଭ କିଛି କମ୍ ନୁହେଁ. ଏତେ ବୟସରେ ସାଧାରଣତଃ ଛୋଟମୋଟ ଅପରେସନ କରିବାକୁ ବି ଡାକ୍ତରମାନେ ଭୟ କରିଥାନ୍ତି. ମାତ୍ର ଲୁଧିଆନାର କର୍ତ୍ତାର କୌର ନାମ୍ନି 118 ବର୍ଷୀୟ ବୃଦ୍ଧାଙ୍କ ହାର୍ଟ ସର୍ଜରୀ କରିଛନ୍ତି ଡାକ୍ତରମାନେ. ଯଦିଓ ଏହି ବୟସରେ ହାର୍ଟ ସର୍ଜରୀ କରାଇବା ସାଧାରଣଭାବେ ବିପଦଜନକ ହୋଇଥାଏ. ମାତ୍ର ବୃଦ୍ଧାଙ୍କ ଆତ୍ମବିଶ୍ବାସ ଯୋଗୁ ସେଭଳି କିଛି ହୋଇନଥିଲା. 1901 ମସିହାରେ ଜନ୍ମ ଗ୍ରହଣ କରିଥିବା ଏହି ବୃଦ୍ଧାଙ୍କ ଦେହ ଅସୁସ୍ଥ ହେବାରୁ ଫେବୃୟାରୀ 14 ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ.  ପରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା. ଅସ୍ତ୍ରୋପଚାର ସମୟରେ କିଛି ଅସୁବିଧା ହୋଇନଥିବା ବୃଦ୍ଧାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି. ଏବେ ବୃଦ୍ଧାଙ୍କ ଝିଅକୁ 90 ବର୍ଷ ହେଲାଣି. ପାଞ୍ଚ ପୀଢି ଧରି ବୃଦ୍ଧା ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ଥିବା ପରିବାର କହିଛନ୍ତି. ଏଥିପାଇଁ ପରିବାର ଲୋକେ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ ଓ ଲିମକା ବୁକ ଅଫ୍ ରେକର୍ଡ ପାଇଁ ବୃଦ୍ଧାଙ୍କ ନାମ ପଞ୍ଜୀକରଣ କରିଛନ୍ତି.  .

LEAVE A REPLY

Please enter your comment!
Please enter your name here