ଅନ୍ଧାର ରାତିରେ ଆସିଥିଲା ଯମ । ଆଖି ପିଛୁଳାକେ ଚାଲିଗଲା ୯ ଟି ଜୀବନ । ୯ଟି ଜୀବନ ମଧ୍ୟରୁ ନୌକା ଚାଳକର ପରିବାର ବି ସାମିଲ ଥିଲେ । ଡଙ୍ଗା ଚାଳକକୁ ପୋଲିସ ବାନ୍ଧି ନେଇଥିବା ବେଳେ ତା ପରିବାରର ମୃତକଙ୍କ ଅନ୍ତିମ ସଂସ୍କାର କିଏ କରିବ ବୋଲି ଦାବି ଜୋର ଧରିଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ହସିଣା ଗାଁର ୧୫ ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ସ୍ଥାନୀୟ ବାସିନ୍ଦା ନୁହଁନ୍ତି ରାସ୍ତାରୋକରେ ସାମିଲ ହୋଇଛନ୍ତି କିଛି ରାଜନେତା । ଅଟକ ଦୁଇ ଡଙ୍ଗା ଚାଳକକୁ ତୁରନ୍ତ ଛାଡିବା ଦାବିରେ ମଧ୍ୟ ଏହି ରାସ୍ତାରୋକ ହୋଇଛି । ଘଟଣା ସ୍ଥଳରେ ପୋଲିସ ଓ ଜିଲ୍ଲା ପ୍ରଶାସନ ପହଞ୍ଚି ବୁଝାସୁଝା କରିଛି ।

LEAVE A REPLY

Please enter your comment!
Please enter your name here