ମାଓବାଦୀଙ୍କ କବଜାରେ ମୋଟର ଲଞ୍ଚ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ୪ଟି ମୋଟର ଲଞ୍ଚ ସହ ୧୨ କର୍ମଚାରୀଙ୍କୁ ମାଓବାଦୀମାନେ ଅଟକ ରଖିଥିଲେ । ଦୁଇଦିନ ହେଲା ଏମାନଙ୍କ ପତ୍ତା ମିଳୁନଥିଲା । ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ମାଓବାଦୀମାନେ ଏଭଳି କାଣ୍ଡ ଘଟାଇଛନ୍ତି । ପଣସପୁଟ ଏବଂ ସିନ୍ଧିପୁଟ ଅଞ୍ଚଳରେ ଲଞ୍ଚ ଚଳାଚଳ ଠପ୍ ହୋଇଯାଇଥିଲା । ତେବେ ଅଟକ ଲଞ୍ଚରୁ ଗୋଟିଏ ଫେରିଛି । ଭୋଟକୁ ବିରୋଧ କରି ଲଞ୍ଚ ଅଟକ ରଖାଯାଇଥିଲା ବୋଲି ଲଞ୍ଚ ରେ ଲାଗିଥିବା ଏକ ପୋଷ୍ଟରରେ ଲେଖାହୋଇଛି । ଲଞ୍ଚରେ ୩ଜଣ କର୍ମଚାରୀ ମଧ୍ୟ ଫେରିଛନ୍ତି । ଫେରିଥିବା ଲଞ୍ଚରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here