ଭୁବନେଶ୍ୱର ଓ ଝାରସୁଗୁଡା ପରେ ଏବେ ରାଉରକେଲାରେ ନିର୍ମାଣ ହେବ ରାଜ୍ୟର ତୃତୀୟ ବିମାନବନ୍ଦର. ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଂକେତ ମିଳିଛି ଏବଂ ବିମାନ ବନ୍ଦର ନିର୍ମାଣ ପାଇଁ ଡିଜିସିଏ ପକ୍ଷରୁ ଲାଇସେନ୍ସ ମଧ୍ୟ ମିଳିଥିବା ସୂଚନା ମିଳିଛି. ଇସ୍ପାତ ନଗରୀକୁ ଦେଶର ଅନ୍ୟ ସହର ସହ ଯୋଡିବା ପାଇଁ ଏହା ଏକ ନୂଆ ପ୍ରୟାସ ବୋଲି କୁହାଯାଇଛି. ଅନ୍ୟପଟେ ରାଉରକେଲାରେ ତୃତୀୟ ବିମାନବନ୍ଦର ନିର୍ମାଣ ନେଇ ରାଉରକେଲାବାସୀ ଖୁସି ବ୍ୟକ୍ତ କରିଛନ୍ତି.

LEAVE A REPLY

Please enter your comment!
Please enter your name here