ଖାଇବା ପ୍ୟାକେଟରେ ମଦ ବାଣ୍ଟିଲେ ନେତାଙ୍କ ପୁଅ. ବିଜେପି ନେତା ନରେଶ ଅଗ୍ରୱାଲଙ୍କ ପୁଅ ମନ୍ଦିରରେ ହେଉଥିବା ଏକ ସମାରୋହରେ ଖାଇବା ପ୍ୟାକେଟ ଭିତରେ ମଦ ବାଣ୍ଟୁଥିବା ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି,  ନରେଶ ଅଗ୍ରୱାଲ ନିଜେ ମଧ୍ୟ ସେହି ସମାରୋହରେ ଉପସ୍ଥିତ ଥିଲେ. ସୂଚନା ଅନୁସାରେ, ୟୁ.ପି ହରଦୋଇର ରାଜ୍ୟସଭା ସାଂସଦ ନରେଶ ଅଗ୍ରୱାଲ ଶ୍ରବଣ ଦେବୀ ମନ୍ଦିରରେ ଏକ ସମାରୋହ ଉତ୍ସବ ଆୟୋଜନ କରିଥିଲେ. ଯେଉଁଠିକି  ସମସ୍ତ ବିଜେପି ନେତା ପହଞ୍ଚିଥିଲେ ଏବଂ ସେଠାରେ ନରେଶଙ୍କ ପୁଅ ନିତିନ୍ ଖାଇବା ପ୍ୟାକେଟରେ ମଦ ବୋତଲ ରଖି ସମସ୍ତଙ୍କୁ ବାଣ୍ଟୁଥିଲା ଏବଂ ସମସ୍ତେ ତାକୁ ଗ୍ରହଣ ମଧ୍ୟ କରୁଥିଲେ. ତେବେ ଏହି ଦୃଶ୍ୟ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଏହି ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା.

LEAVE A REPLY

Please enter your comment!
Please enter your name here