ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀସ୍ଥିତ ରୁଚିକା ମାର୍କେଟରେ ବିଳମ୍ବିତ ରାତିରେ ନିଆଁଲାଗି ଅନେକ ଦୋକାନ ଜଳିବା ସହ ବହୁମୂଲ୍ୟର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି. ଦୋକାନ ବନ୍ଦ କରି ଘରକୁ ଯିବା ପରେ ଏହି ଘଟଣା ଘଟିଛି ବୋଲି ଜଣାପଡିଛି. ଖବର ପାଇ ଦୋକାନୀ ପହଞ୍ଚିଲା ବେଳକୁ ସବୁକିଛି ପୋଡି ମାଟିରେ ମିଶିଯାଇଥିଲା. ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଥିବା ଦୋକାନୀ କହିଛନ୍ତି. ପରେ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ. ସର୍ଟସର୍କିଟ ଯୋଗୁଁ ଏଭଳି ଘଟିଥିବା ଅନୁମାନ କରାଯାଉଛି. ତେବେ ଏହା ପୂର୍ବରୁ ଅର୍ଥାତ୍ 5 ଦିନ ପୂର୍ବରୁ ଆଉ ଏକ ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ନଷ୍ଟ ହୋଇଯାଇଥିଲା. ପାଞ୍ଚଦିନ ଭିତରେ ବର୍ତ୍ତମାନ ଏହା ହେଉଛି ଦ୍ୱିତୀୟ ଅଗ୍ନିକାଣ୍ଡ.