ଯଦି ଆପଣ ଦୁଇ ଚକିଆ ଗାଡି କିମ୍ବା କାରକୁ ମରାମତି କରୁଛନ୍ତି ଏବଂ ତାକୁ ଲଗଜୁରୀ ଲୁକ୍ ଦେବା ସହ ସ୍ପୋର୍ଟସ କାର୍ ବନେଇବା ପାଇଁ ଚାହୁଁଛନ୍ତି, ତାହେଲେ ହୋଇଯାଆନ୍ତୁ ସାବଧାନ. ବର୍ତ୍ତମାନ ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଗାଡିର ଏଭଳି ବଦଳିକରଣ କରାଯାଇପାରିବ ନାହିଁ ଯେଉଁଥିରେ, ସଂପୂର୍ଣ୍ଣରୂପେ ଗାଡି କମ୍ପାନୀ ଦେଇଥିବା ଲୁକ୍ ବଦଳିଯିବ. ଜଷ୍ଟିସ ଅରୁଣ ମିଶ୍ର ଏବଂ ବୀନିତ ସରଣ କହିଛନ୍ତି ଯେ, ଗୋଟିଏ ଗାଡିର ପାର୍ଟସ ବଦଳାଇ ଗାଡିର ଲୁକ୍ ବଦଳାଇ ହେବନାହିଁ. ଏହାଛଡା ଗାଡି ବିଷୟରେ ରେକର୍ଡ ହୋଇଥିବା ସମସ୍ତ ତଥ୍ୟ ମଧ୍ୟ ବଦଳାଇ ହେବନାହିଁ. ଏହାକୁ ଉଲଘଂନ କଲେ ଆଇନ ଅନୁସାରେ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି.

 

LEAVE A REPLY

Please enter your comment!
Please enter your name here